ଦିନ ଥିଲା ଦେଶରେ ଚାଲିଥିଲା ୧୦ହଜାର ଟଙ୍କିଆ ନୋଟ୍ । ଜାଣନ୍ତୁ ଏହା କେବେ ବନ୍ଦ ହେଲା ଓ କାହିଁକି

832

କନକ ବ୍ୟୁରୋ : ୨ହଜାର ଟଙ୍କିଆ ନୋଟକୁ ବନ୍ଦ କରିବା ପାଇଁ ଆରବିଆଇ ବଡ ନିଷ୍ପତ୍ତି ଗ୍ରହଣ କରିଛି । କିନ୍ତୁ ଜାଣିଛନ୍ତି କି? ଦିନ ଥିଲା ୫ଶହ, ୧ହଜାର, ୨ହଜାର ଟଙ୍କିଆ ନୋଟ ଭଳି ପୂର୍ବରୁ ୫ହଜାର ଓ ୧୦ହଜାର ଟଙ୍କିଆ ନୋଟର ପ୍ରଚଳିତ ଥିଲା । ଯାହାକୁ ୨ହଜାର ଟଙ୍କିଆ ନୋଟକୁ ବନ୍ଦ କଲା ଭଳି ୫ହଜାର ଓ ୧୦ହଜାର ଟଙ୍କିଆ ନୋଟକୁ ବି ବନ୍ଦ କରିଦିଆଯାଇଥିଲା । ଆସନ୍ତୁ ଜାଣିବା ଏହି ବାବଦରେ କିଛି ରୋଚକ ଦୃଶ୍ୟ ।

ଅର୍ଥ ବ୍ୟବସ୍ଥା ଅନୁସାରେ, ସମୟ ସମୟରେ ବଡ ନୋଟ ଉପରେ ନୋଟ୍ ବନ୍ଦି ଭଳି ନିଷ୍ପତ୍ତି ନେବାକୁ ପଡିଥାଏ । ଏହାଦ୍ୱାରା କଳା ଧନ ଏବଂ ନକଲି ନୋଟର କାରୋବାର ବନ୍ଦ ହୋଇଯାଇଥାଏ । ଭାରତରେ ପୂର୍ବରୁ ୧ହଜାର, ୫ହଜାର, ଏବଂ ୧୦ହଜାର ଭଳି ନୋଟ ପ୍ରଚଳିତ ଥିଲା । କିନ୍ତୁ ସେହି ସମୟ ଅଲଗା ଥିଲା । ସ୍ୱାଧୀନତା ପୂର୍ବରୁ ୧୦୦ଟଙ୍କା ଉପରକୁ ଥିବା ସମସ୍ତ ନୋଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଅର୍ଥା ପୁରୁଣା କାଳରେ ବି ନୋଟ ବନ୍ଦି ଭଳି ନିଷ୍ପତି ଗ୍ରହଣ କରାଯାଇ ବଡ ନୋଟର ବ୍ୟବହାରକୁ ବନ୍ଦ କରିଦିଆଯାଉଥିଲା ।

ଦେଶରେ ପ୍ରଥମ ଥର ପାଇଁ ୧୯୪୬ରେ ଅର୍ଥାତ୍ ସ୍ୱାଧୀନତାର ଏକ ବର୍ଷ ପୂର୍ବରୁ ବିମୁଦ୍ରିକରଣ ବା ନୋଟ ବନ୍ଦି ହୋଇଥିଲା । ସେତେବେଳେ ସର୍ବପ୍ରଥମେ ୫ଶହ, ୧ହଜାର ଏବଂ ୧୦ହଜାର ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିଦିଆଯାଇଥିଲା । ଆରବିଆଇର ୱେବସାଇଟରେ ଉପଲବ୍ଧ ଥିବା ତଥ୍ୟ ଅନୁସାରେ, ୧୯୩୮ରେ କେନ୍ଦ୍ରିୟ ବ୍ୟାଙ୍କ୍ ପ୍ରଥମ ଥର ପାଇଁ ୧୦ହଜାର ଟଙ୍କିଆ ନୋଟ ଛାପିଥିଲା । ଆରବିଆଇ ଦ୍ୱାରା ମୁଦ୍ରିତ ଏହା ସବୁଠୁ ବଡ ନୋଟ ଥିଲା । ଯାହାକୁ ୧୯୪୬ରେ ନୋଟବନ୍ଦି ଜରିଆରେ ବନ୍ଦ କରିଦିଆଯାଇଥିଲା । ୧୯୫୪ରେ ପୁଣି ଥରେ ୧୦ହଜାର ଟଙ୍କିଆ ନୋଟ ବଜାରକୁ ଆସିଥିଲା କିନ୍ତୁ ୧୯୭୮ରେ ଏହାକୁ ପୁଣି ବନ୍ଦ କରିଦିଆଗଲା ।