ଷ୍ଟମ୍ପରେ ବଲ ବାଜିଲା, ଲାଇଟ ମଧ୍ୟ ଜଳିଲା । କିନ୍ତୁ ଆଉଟ ହେଲେନି ଭାରତୀୟ ଖେଳାଳୀ, ଦେଖନ୍ତୁ ଭିଡ଼ିଓ ।

578

କନକ ବ୍ୟୁରୋ : ଷ୍ଟମ୍ପରେ ବଲ ବାଜିଲା, ଷ୍ଟମ୍ପର ଲାଇଟ ମଧ୍ୟ ଜଳିଲା । ବୋଲର ଖୁସିରେ ଝୁମିଉଠିଲେ, ଟିମ୍ ସଦସ୍ୟ ସେଲିବ୍ରେସନ ଆରମ୍ଭ କଲେ । କିନ୍ତୁ ଏହି ସେଲିବ୍ରେସନ ବେଶି ସମୟ ଧରି ରହିନଥିଲା । କାରଣ ଷ୍ଟମ୍ପରେ ବଲ ବାଜିଥିଲେ ମଧ୍ୟ ବେଲ୍ ଖସିନଥିଲା । ଆଉ ଆଉଟ ହେବାରୁ ବର୍ତ୍ତି ଯାଇଥିଲେ ଶ୍ରେୟସ ଆୟର । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ପ୍ରଥମ ଟେଷ୍ଟ ମ୍ୟାଚର ୮୪ ତମ ଓଭରରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଇବାଦତ୍ତ ହୁସେନଙ୍କ ଚତୁର୍ଥ ବଲଟିକୁ ଶ୍ରେୟସ ଡିଫେନ୍ସ କରିବାକୁ ଚେଷ୍ଟା କରିଥିଲେ ଏଥିରେ ସଫଳ ହୋଇନଥିଲେ । ଯାହାଫଳରେ ବଲଟି ଅଫ୍ ଷ୍ଟମ୍ପରେ ବାଜିଥିଲା  ।ଷ୍ଟମ୍ପ ହଲିବା ସହ ଏଥିରେ ଲାଗିଥିବା ଲାଇଟ୍ ମଧ୍ୟ ଜଳିଥିଲା । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଷ୍ଟମ୍ପରୁ ବେଲ ଖସିନଥିଲା । ଆଉ ଅଳ୍ପକେ ଆଉଟ ହେବାରୁ ବର୍ତ୍ତି ଯାଇଥିଲେ ଶ୍ରେୟସ । ଆଉ ଷ୍ଟମ୍ପରୁ ବେଲ ନଖସିବା ଫଳରେ ନନ ଷ୍ଟ୍ରାଇକ ଏଣ୍ଡରେ ଥିବା ଚେତେଶ୍ୱର ପୂଜାରା ବେଶ ଖୁସି ହୋଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଥମ ଆୟର ୮୨ ରନ କରି ଅପରାଜିତ ରହିଥିଲେ  । ତେବେ ଏହି ଇନିଂସରେ ତାଙ୍କୁ ଭାଗ୍ୟ ବେଶ ସାଥ୍ ଦେଇଥିଲା । କାରଣ ଏହି ଇନିଂସରେ ଆୟରଙ୍କ ୨ଟି କ୍ୟାଚ୍ ମଧ୍ୟ ହାତଛଡା କରିଥିଲେ ବାଂଲାଦେଶ ଖେଳାଳୀ । ଆଇସିସିର ନିୟମ ଅନୁଯାୟୀ, ଯଦି ବଲଟି ଷ୍ଟମ୍ପରେ ବାଜୁଛି ତେବେ ଏହାର ବେଲ ତଳେ ପଡିବା ନିହାତି ଆବଶ୍ୟକ । ଏହା ହେଲେ ହିଁ ଖେଳାଳୀ ଆଉଟ ହେବେ ।