‘ଅଫତାବ୍ ମତେ ମାରି ଦୁଇଖଣ୍ଡ କରିବାକୁ ଦେଇଛି ଧମକ୍’ । ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ନୂଆ ଖୁଲାସା

197

କନକ ବ୍ୟୁରୋ : ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ନଭେମ୍ବର ମାସ ୨୦୨୦ରେ ଶ୍ରଦ୍ଧା ପୋଲିସରେ ଅଫତାବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଶ୍ରଦ୍ଧା ଲେଖିଥିଲେ, ମତେ ଅଫତାବ୍ ମାରିବାକୁ ଧମକ ଦେଇଛି । ମାରିକି ଖଣ୍ଡ ଖଣ୍ଡ କରିଦେବାକୁ ମଧ୍ୟ ଧମକ ଦେଇଛି ।

କେବଳ ଏତିକି ନୁହେଁ, ଶ୍ରଦ୍ଧା ଅଭିଯୋଗରେ ଲେଖିଥିଲେ, ଅଫତାବ୍ ମତେ ସବୁବେଳେ ଗାଳିଗୁଲଜ କରିବା ସହିତ ମାରପିଟ୍ କରୁଛି । ଆଜି ଅଫତାବ୍ ମତେ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲା । ମତେ ଧମକ ଦେଇଛି କି, ମତେ ଦିନେ ମାରିକି ମୋ ଶରୀରକୁ ଖଣ୍ଡ ଖଣ୍ଡ କରି ଫୋପାଡି ଦେବ । ଏହି ଭଳି ଅତ୍ୟାଚାର ଦୀର୍ଘ ୬ମାସ ହେବ ମୁଁ ସହିଆସୁଛି । ପ୍ରତିଦିନ ମାଡ ଖାଉଛି, ଗାଳି ଶୁଣୁଛି । ଅଫତାବଙ୍କ ପରିବାର ଲୋକ ବି ଏବାବଦରେ ସବୁ ଜାଣିଛନ୍ତି । କିନ୍ତୁ ପୁଅକୁ କିଛି ବି କହୁନାହାନ୍ତି । ଏବେ ମୋର ଅଫତାବ୍ ସହ ରହିବାର ଇଛା ନାହିଁ । ଆଗକୁ ଯଦି ମୋର କିଛି ହେଇଯାଉଛି, ତାହେଲେ ଦାୟୀ କେବଳ ଅଫତାବ୍ ହିଁ ରହିବ । ଏବେ ଦୁଇବର୍ଷ ପରେ ଶ୍ରଦ୍ଧାଙ୍କ ସହ ଅଫତାବ୍ ଠିକ୍ ସେଇଆ ହିଁ କରିଛି । ଯାହା ସେ ଧମକ ଦେଇଥିଲା ।