ଶିଞ୍ଜୋ ଆବେଙ୍କ ସ୍ମୃତିରେ ଦେଶ ପାଳିବ ରାଷ୍ଟ୍ରୀୟ ଶୋକ : ଅର୍ଦ୍ଧନିର୍ମିତ ରହିବ ଜାତୀୟ ପତାକା

129

କନକ ବ୍ୟୁରୋ : ଆଜି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ମୃତିରେ ଦେଶ ପାଳିବ ରାଷ୍ଟ୍ରୀୟ ଶୋକ । ଅର୍ଦ୍ଧନିର୍ମିତ ରହିବ ଜାତୀୟ ପତାକା । ନିର୍ବାଚନୀ ପ୍ରଚାର ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଆତତାୟୀ ଗୁଳି କରିବାରୁ ଟଳି ପଡିଥିଲେ । ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ବିଶ୍ୱର ଅନେକ ନେତା । ବିଶ୍ୱ ରାଜନୀତିର ଜଣେ ପ୍ରଭାବଶାଳୀ ନେତା ଶିଞ୍ଜୋ ଆବେଙ୍କୁ ହତ୍ୟା ପରେ ସାରା ବିଶ୍ୱରେ ଗୁଞ୍ଜରିତ ହୋଇଛି ।

ଜାପାନ ପରି ଏକ ଶାନ୍ତି ପ୍ରିୟ ରାଷ୍ଟ୍ରରେ ଜଣେ ଏତେ ବଡ ନେତାଙ୍କୁ ହତ୍ୟା କରାଯିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ୯ ବର୍ଷ ଧରି ଜାପାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଆବେଙ୍କ ଚିନ୍ତାଧାରାକୁ ବିରୋଧ କରି ତାଙ୍କୁ ହତ୍ୟା କରିଛି ଆତତାୟୀ । ଶିଞ୍ଜୋ ଆବେଙ୍କ ଶାସନ କାଳରେ ଭାରତ ଓ ଜାପାନର ସମ୍ପର୍କରେ ନୂଆ ରଙ୍ଗ ଲାଗିଥିଲା ।