ଆଲିଆଙ୍କ ସହ ବ୍ରେକଅପ୍ ପରେ ସିଦ୍ଧାର୍ଥଙ୍କ ଖୁଲାସା ! ନୂଆ ଗର୍ଲଫ୍ରେଣ୍ଡ ଖୋଜୁଛନ୍ତି ଅଭିନେତା

72

ଗଲଫ୍ରେଣ୍ଡ ଖୋଜୁଛନ୍ତି ବଲିଉଡ଼ର ହ୍ୟାଣ୍ଡସମ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଆଲିଆଙ୍କ ସହ ବ୍ରେକଅପ୍ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ଚୁପ ରହିଲେ ସିଦ୍ଧାର୍ଥ । ବ୍ରେକ ଅପ୍ ନେଇ ମଧ୍ୟ କିଛି ମନ୍ତବ୍ୟ ଦେଲେନି ଏହି ଅଭିନେତା । ହେଲେ ଏବେ ନୂଆ ଗର୍ଲଫ୍ରେଣ୍ଡ ଖୋଜୁଛନ୍ତି ବୋଲି ସଙ୍କେତ ଦେଇଛନ୍ତି । ବଲିଉଡ୍ ହାର୍ଟଥ୍ରୋବ୍ ସିଦ୍ଧାର୍ଥ ମଲହୋତ୍ରା ଏବେ ନିଜ ପାଇଁ ଖୋଜୁଛନ୍ତି ଗର୍ଲଫ୍ରେଣ୍ଡ । ନିକଟରେ ମାୟାନଗରୀ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯାଗ ଦେବା ସମୟରେ ସିଦ୍ଧାର୍ଥ ମଲହୋତ୍ରା ନିଜର ଏହି କଥାର ଖୁଲାସା କରିଛନ୍ତି । ଆଉ ତାଙ୍କର ଏହି କଥା ପ୍ରମାଣ କରିଦେଇଛି ଯେ, ତାଙ୍କର ଓ ଆଲିଆ ଭଟ୍ଟଙ୍କ ଭିତରେ ବ୍ରେକଅପ୍ ହୋଇ ସାରିଛି । ଆଉ ନିଜ ପାଇଁ ଏବେ ଗର୍ଲଫ୍ରେଣ୍ଡ ଖୋଜିବାରେ ବ୍ୟସ୍ତ ସିଦ୍ଧାର୍ଥ । ପେପେ ଜିନ୍ସକୁ ପ୍ରମୋଟ୍ କରିବା ପାଇଁ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଯୋଗ ଦେଇଥିଲେ ଏକ କାର୍ଯ୍ୟକ୍ରମରେ । ଯେଉଁଠି ସିଦ୍ଧାର୍ଥ କହିଥିଲେ, ଜିନ୍ସ ଭଳି ଗର୍ଲଫ୍ରେଣ୍ଡ ହେବା ଦରକାର ।

ଚଳଚ୍ଚିତ୍ର ‘ଷ୍ଟୁଡେଂଟ୍ ଅଫ ଦ ଇୟର’ରୁ ବଲିଉଡ୍ରେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବେଶ କିଛି ବର୍ଷ ଧରି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଡେଟ୍ କରିଥିଲେ । ଦୁହେଁ ସବୁଠି ଏକାଠି ବି ନଜର ଆସୁଥିଲେ । ଅଫ କ୍ୟାମେରାରେ କ୍ୟାମେରା ଆଗରେ ଦୁହିଁଙ୍କ କେମେଷ୍ଟ୍ରି ସଫା ସଫା ଦେଖିବାକୁ ମିଳୁଥିଲା । ତେବେ ଗତ କିଛି ମାସ ହେଲାଣି ଖବର ଆସିଲା ଆଉ ପ୍ରେମରେ ନାହାଁନ୍ତି ଏହି ଯୋଡି । ଦୁହିଁଙ୍କ ଭିତରେ ବ୍ରେକଅପ୍ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍ ହେଲା । ହେଲେ ଏବେ ସିଦ୍ଧାର୍ଥଙ୍କ ଏହି କମେଂଟ୍ ବୟାନ କରିଛି,ଯେ ଆଉ ଆଲିଆଙ୍କ ସହ ଆଉ କୌଣସି ସମ୍ପର୍କ ନାହିଁ । ଆଉ ଯେଉଁଥିପାଇଁ ନୂଆ ଗର୍ଲଫ୍ରେଣ୍ଡ ସନ୍ଧ୍ୟାନରେ ଅଛନ୍ତି ସିଦ୍ଧାର୍ଥ ।