ଡକ୍ଟରେଟ୍ ଉପାଧିରେ ଭୂଷିତ ହେଲେ କିଙ୍ଗଖାନ୍ ଶାହାରୁଖ

38

ବଲିଉଡ କିଙ୍ଗଖାନ୍ ତଥା ଶାହରୁଖ ଖାନଙ୍କୁ ଆଜି ମିଳିବ ଡକ୍ଟରେଟ୍ ଉପାଧି । ହାଇଦ୍ରାବାଦସ୍ଥିତ ମୌଲାନା ଆଜାଦ୍ ରାଷ୍ଟ୍ରୀୟ ଉର୍ଦ୍ଧୁ ୟୁନିଭରସିଟି ପକ୍ଷରୁ ଶାହରୁଖ ଖାନଙ୍କୁ ଏହି ଉପାଧି ପ୍ରଦାନ କରାଯିବ । ତେବେ ବିଶ୍ୱବିଦ୍ୟାଳୟରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଯେଉଁଠି ମୁଖ୍ୟ ଅତିଥି ରୂପେ ଯୋଗଦେବେ ମାନ୍ୟବର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।

ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୮,୦୦୦ ଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।

ଶାହରୁଖଙ୍କ ସମେତ ରେକ୍ତା ଫାଉଣ୍ଡେସନର ରାଜୀବ ସରାଫଙ୍କୁ ମଧ୍ୟ ଏହି ଉପାଧି ପ୍ରଦାନ କରାଯିବ । ଉର୍ଦ୍ଧୁ ଭାଷା ସହିତ ସଂସ୍କୃତିକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଉଭୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଅନ୍ୟପଟେ,ଶାହରୁଖ ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ “ରଇଜ’ର ରିଲିଜକୁ ନେଇ ବ୍ୟସ୍ତ ଅଛନ୍ତି । ଆସନ୍ତା ଜାନୁୟାରୀ ୨୫ ତାରିଖରେ ଏହି ଫିଲ୍ମଟି ପରଦାକୁ ଆସିବ ଆଉ ଯେଉଁଥିରେ ଶାହରୁଖଙ୍କୁ ଜଣେ ବେଆଇନ ନିଶା କାରବାର କରୁଥିବା ଭୂମିକାରେ ଦେଖିବାକୁ ମିଳିବ ।