ଦେଶର ୪୬ଟି ସଂଗ୍ରହାଳୟରେ ସେଲଫି ଷ୍ଟିକ୍ ବ୍ୟବହାର ନେଇ ଲାଗିଲା ପ୍ରତିବନ୍ଧକ !

38

ଏବେ ସେଲଫିର ଯୁଗ । ଯୁଆଡେ ଦେଖିବ ସମସ୍ତେ ସେଲଫି ନେବାରେ ବ୍ୟସ୍ତ । ତାହା ଘର , ମନ୍ଦିର , ସଂଗ୍ରହାଳୟ ଓ ପାର୍କ ଆଦି ଯେକୈାଣସି ସ୍ଥାନ ସବୁଠି ସେଲଫିର ଯେମିତି ପ୍ରତିଯୋଗୀତା । ଆଉ ଏହି ସେଲଫି ଫଟୋକୁ ତୁରନ୍ତ ସୋସିଆଲରେ ମିଡିଆରେ ସେୟାର କରିଦିଆଯାଉଛି । ଏବେ ଏକ ଖବର ୱାନ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି । ଭାରତର ପୁରାତତ୍ୱ ସର୍ବେକ୍ଷଣ (ଏଏସଆଇ) ଭାରତର ୪୬ଟି ସଂଗ୍ରହାଳୟରେ ସେଲଫି ଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇଛି ।

ସେଲଫି ଷ୍ଟିକ୍ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏସଆଇ ଅନୁସାରେ , ତାଜ୍ ମ୍ୟୁଜିୟମ୍ , ( ଆଗ୍ରା), ଇଣ୍ଡିଆନ୍ ୱାର୍ ମେମୋରିଆଲ୍ ମ୍ୟୁଜିୟମ୍ (ଦିଲ୍ଲୀ) ତଥା ପୁରାତାତ୍ୱିକ ସଂଗ୍ରହାଳୟ ( କୋଣାର୍କ) , ସହ ଦେଶର ୪୬ଟି ସଂଗ୍ରହାଳୟ ଗୁଡିକରେ ସେଲଫି ଷ୍ଟିକ୍ ର ବ୍ୟବହାରରେ ପ୍ରତିବନ୍ଧକ ଲାଗିଛି ।

ଦେଶର କଳାକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଏଭଳି ପ୍ରତିବନ୍ଧକ ଲଗାଯାଇଛି । ଏହି ପଲିସ୍ ଅନୁସାରେ ଫଟୋଗ୍ରାଫି ସବୁ ମ୍ୟୁଜିୟମ ପାଇଁ ମୁକ୍ତ ହେବ । ଫଟୋଗ୍ରାଫି ପାଇଁ ପର୍ଯ୍ୟଟକମାନେ ମ୍ୟୁଜିୟମରେ ଲାଗିଥିବା ଆଲୋକ ହିଁ ବ୍ୟବହାର କରିପାରିବେ । କିନ୍ତୁ ପର୍ଯ୍ୟଟକ ଟ୍ରାଇପଡ୍ , ମୋନୋପଡ୍ , ଫ୍ଲାଶ୍ ଓ ବଡ଼ ଫଟୋଗ୍ରାଫି କିଟ୍ ରେ ସୁଟ୍ କରିବାକୁ ଚାହୁଁଥିଲେ ୧୫ ଦିନ ପୂର୍ବରୁ ଏଏସଆଇ ଠାରୁ ଅନୁମତି ନେବାକୁ ହେବ ।