ମଶାଣୀରେ ୧୪୪ ଧାରା ଜାରି । ଗଞ୍ଜାମ ଧରାକୋଟରେ ଶ୍ମଶାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ  । ଗାଁରେ  ଫୋର୍ସ ମୁତୟନ  ।

229

କନକ ବ୍ୟୁରୋ: ଆସ୍କା ଧରାକୋଟ ଥାନା ତାଳପାଟଣା ଶ୍ମଶାନରେ ୧୪୪ ଧାରା । ଡେଙ୍ଗୁରା ବଜାଇ ୧୪୪ ଧାରା ଜାରି କରିଛି ପ୍ରଶାସନ । ଶ୍ମଶାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଶ୍ମଶାନ ଜମିକୁ ନିଜର ବୋଲି ଦାବି କରୁଥିଲେ ଉଭୟ ଗୋଷ୍ଠୀ ।

ଦୀର୍ଘ ଦିନ ହେବ ଏହି ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ ଏହି ବିବାଦ ବଢିଥିଲା । ଏନେଇ ପୋଲିସ ପାଖରେ ଖବର ପହଞ୍ଚିିବା ପରେ ଆସିକା ଏସଡିପିଓ, ଧରାକୋଟ ଆଇଆଇସି ଓ ଧରାକୋଟ ତହସିଲଦାର ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଆଲୋଚନା କରିଥିଲେ । ହେଲେ କୌଣସି ସୂଚନା ନମିଳିବାରୁ ଶ୍ମଶାନ ଓ ତାହା ନିକଟରେ ୧୪୪ ଧାରା ଜାରି କରାଯାଇଛି । କୌଣସି ଅଘଟଣ ଆଶଙ୍କାରେ ପୋଲିସ ମୁତୟନ କରାଯାଇଛି ।