ଗଜପତିରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା । ରିପୋର୍ଟ ଆସିଲେ କ୍ଷତିପୂରଣ ନିଷ୍ପତି : ଏସଆରସି

40

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ଏନେଇ ଗଜପତି ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ବାରଘରକୁ ଯାଇଛନ୍ତି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ ପାହାଡ଼ ଧସିବା ଘଟଣା ଗଣମାଧ୍ୟମ ଜରିଆରେ ପାଇଲୁ । ଗଜପତି ଜିଲ୍ଲାପାଳ ଏନେଇ ରିପୋର୍ଟ ଦେବାପରେ କ୍ଷତିପୂରଣ ନିଷ୍ପତି ନିଆଯିବ ବୋଲି ଏସଆରସି କହିଛନ୍ତି ।

ତେବେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ବନ୍ୟାସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସୁଚନା । ବର୍ତ୍ତମାନ ଏହି ସବୁ ଜିଲ୍ଲାରେ ସ୍ଥିତି ସ୍ୱାଭାବିକ ହେଉଛି । ବିଶେଷ କରି ଗଞ୍ଜାମ ଓ ଗଜପତିରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି ବୋଲି ଏସଆରସି କହିଛନ୍ତି । ବର୍ତ୍ତମାନ ସୁଧା ୪ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧ଲକ୍ଷ ୧୦ ଜହାର ଲୋକ ଏବେବି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ଥିବାବେଳେ ୧ ଲକ୍ଷ ୨୯ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଉଛି । ସେହିଭଳି ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ତ୍ୱାରାନିତ କରାଯାଉଛି । ସେଥିପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ କର୍ମଚାରୀ, ଓଡ଼୍ରାଫ ଓ ଏନଡିଆରଏଫ ।

ସେପଟେ ବାତ୍ୟା ପରବର୍ତ୍ତି ଲଗାଣ ବର୍ଷାରେ ଉପୁଜିଥିବା ବନ୍ୟା ସ୍ଥିତିରେ ସୁଧାର ଆସୁଛି । ଲୋକମାନେ କିଭଳି ଅଛନ୍ତି ଏବଂ ସେମାନଙ୍କୁ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯାଉଛି ନା ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଛନ୍ତି । ଆଜିି ଆକାଶମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ।