ବର୍ଷାରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ସାଇକେଲ ରାଲି ! ଶିକ୍ଷା ସଚେତନତା ବାର୍ତା ବାଂଟିଲେ, ଭଲ ପାଠ ଓ ଭଲ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ

39

କନକ ବ୍ୟୁରୋ : ବର୍ଷାରେ ଗଣଶିକ୍ଷା ମନ୍ତ୍ରୀଙ୍କ ସାଇକେଲ ରାଲି । ଶିକ୍ଷା ସଚେତନା ସୃଷ୍ଟି କରିବା ପାଇଁ ଝିପଝିପରେ ଭିଜି ସାଇକେଲ ରାଲିର ଆୟୋଜନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଆଜି ସକାଳୁ ସକାଳୁ ବର୍ଷାରେ ଓଦା ହୋଇ ଛାତ୍ରଛାତ୍ରୀ ସାଇକେଲ ରାଲିରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ କ୍ୟାମ୍ପେନ’ର ଆଉ ଏକ ଅଂଶକୁ ପ୍ରଚାର କରିଛନ୍ତି । ପଢିବା, ବଢିବା ଏବଂ ଶ୍ରେଷ୍ଠ ହେବା ନାରାକୁ ନେଇ ଛାତ୍ରଛାତ୍ରୀ ଭଲ ବଢିବା ଏବଂ ଭଲ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ଛାତ୍ରଛାତ୍ରୀଙ୍କୁ ନେଇ କିଭଳି ସାଇକେଲ ରାଲି କରାଗଲା । ବର୍ଷାରେ ଭିଜି ସାଇକେଲ ରାଲି କରିବାର କଣ ଯଥାର୍ଥତା ଥିଲା । ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇଥିଲେ ସୁଦ୍ଧା ଏଭଳି ରାଲିର ଆୟୋଜନା କରାଗଲା କାହିଁକି?