ସୁନ୍ଦରଗଡ଼ରେ ଚାକିରି ନାଁରେ ଠକେଇ ଘଟଣା : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାମଲା ରୁଜୁ କଲା ଟାଉନ ଥାନା ପୋଲିସ

213

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଚାକିରି ନାଁରେ ଠକେଇ ଘଟଣା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାମଲା ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଜଣେ ଠକାମୀର ଶିକାର ହୋଇଥିବା ଯୁବକ ଜୟନ୍ତ ଚାନ୍ଦଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କଲା ସୁନ୍ଦରଗଡ଼ ଟାଉନଥାନା ପୋଲିସ । ମେଡିକାଲ କଲେଜରେ ଚାକିରି ପାଇଁ ଟଙ୍କା ନେଇ ପ୍ରତିଶ୍ରୁତି ଦେଉଥିଲେ ଦଲାଲ । ନୂଆ ନୂଆ ଆରମ୍ଭ ହୋଇଥିବା ସୁନ୍ଦରଗଡ଼ ମେଡିକାଲ କଲେଜରୁ ଏପରି ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ଏନଟିପିସି ମେଡିକାଲ କଲେଜରେ ଚଳିତ ବର୍ଷରୁ ଆରମ୍ଭ ହୋଇଛି ପାଠପଢା । ଆଉ ପାଠପଢା ଆରମ୍ଭ ହେଉ ହେଉ ଆରମ୍ଭ ହୋଇଯାଇଛି ଠକେଇ ।

ମେଡିକାଲ କଲେଜ ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋଗ ବ୍ୟବହାର କରାଯାଇ ଦିଆଯାଉଛି ସାର୍ଟିଫିକେଟ୍ । ଆଉ ଦଲାଲ ଲକ୍ଷ ଲକ୍ଷ ଟଙ୍କା କାରବାର କରୁଛନ୍ତି । ଆଟେଡାଣ୍ଟ ଚାକିରି ପାଇଁ ୪୦ ହଜାର ଟଙ୍କା । ସୁପରଭାଇଜର ପାଇଁ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କାର ସଉଦା ହେଉଛି । କିଛି ମେଡିକାଲ ଓ ଏନଟିପିସି ମେଡିକାଲ କଲେଜର କର୍ମଚାରୀ ଏପରି କାମ କରୁଥିବା ଅଭିଯୋଗ ହୋଇଛି । ଗାଁ ଗାଁରେ ଏହି କାରବାର ପାଇଁ ଅଛନ୍ତି ଏଜେଣ୍ଟ । ଗାଁର ଶିକ୍ଷକମାନଙ୍କୁ ମଧ୍ୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଉଛି ।