ସମ୍ବଲପୁର : ପୋଲ ଉପରେ ଚାଲୁଛି କେନାଲ ପାଣି, ଜୀବନକୁ ବାଜି ଲଗାଇ ଯାତାୟତ କରୁଛନ୍ତି ରେଙ୍ଗାଲୀ ଗାଁ ବାସିନ୍ଦା

30

କନକ ବ୍ୟୁରୋ : ବିପଦରେ ଜୀବନ । ପୋଲ ଉପର ଦେଇ ଯାଉଛି କେନାଲ ପାଣି । ଗାଁ ଲୋକଙ୍କ ଯିବା ଆସିବା କରିବାର ଏହା ଏକ ମାତ୍ର ରାସ୍ତା । ଏହିପରି ଅନେକ ଅସୁବିଧା ଭୋଗୁଛନ୍ତି ସମ୍ବଲପୁର ରେଙ୍ଗାଲୀ ଗାଁର ଲୋକେ । ୫ଟି ଗାଁର ପ୍ରାୟ ୧୫ଶହରୁ ଅଧିକ ଲୋକ ଏହି ରାସ୍ତା ଦେଇ ଯାତାୟତ କରନ୍ତି । ୧୯୫୭ରୁ ଲୋକଙ୍କ ସୁବିଧା ପାଇଁ ଏହି ପୋଲ ନିର୍ମାଣ ହୋଇଥିଲା । କିନ୍ତୁ ଏବେ ପାଂଚରୁ ଦଶ ବର୍ଷ ହେବ ଏହି ପୋଲ ଲୋକଙ୍କ ପାଇଁ ପାଲଟିଛି ଦୁଃଖର କାରଣ । ପିଲାଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏହି ବିପଦ ସଂକୁଳ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ।

ପୋଲରେ ଲାଗିଥିବା ସିମେଂଟ ଫାଟି ଆଁ କଲାଣି କେତେବେଳେ ଯେ ଏହା ଭାଙ୍ଗିଯିବ ତାହା କହିହେବ ନାହିଁ । ଏପରିକି ପୋଲ ଉପରେ ସବୁବେଳେ ପାଣି ଯାଉଥିବାରୁ ଏଠାରେ ସୃଷଶ୍ଟି ହୋଇଥିବା ଶିଉଳୀ ଲୋକଙ୍କ ସମସ୍ୟାକୁ ଦୁଇଗୁଣିତ କରିଦେଇଛି । ଏହିବାଟ ଦେଇ ସ୍କୁଲ ପିଲା ମଧ୍ୟ ଯିବା ଆସିବା କରୁଛନ୍ତି । ଏନେଇ ଗାଁ ଲୋକ ଅନେକ ଥର ଅଭିଯୋଗ କରିଛନ୍ତି କିନ୍ତୁ ଏହାର ସମାଧାନ ହୋଇପାରିନାହିଁ । ସେପଟେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ ହୋଇଥିଲେ ମଧ୍ୟ ଗାଁ ଲୋକଙ୍କ ଅଭିଯୋଗ ସତ୍ୱେ ବିଭାଗ ତରଫରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ ।