ସୁନ୍ଦରଗଡରେ ଅଭାବନୀୟ ଘଟଣା ! ଏମସିଏଲ୍ କ୍ୱାର୍ଟରରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

26

କନକ ବ୍ୟୁରୋ : ସୁନ୍ଦରଗଡରେ ଚାଂଚଲ୍ୟ । ଗୋଟିଏ ପରିବାରର ୫ ମୃତ । ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଷ୍ଟାଫ୍ କ୍ୱାର୍ଟରରୁ ମିଳିଛି ପାଂଚପାଂଚଟି ମୃତଦେହ । ଏମସିଏଲ୍ କୋଇଲା ଖାଣିର ଲେବର ଠିକାଦାର ରାମାୟଣ ପ୍ରକାଶଙ୍କ ଷ୍ଟାଫ କ୍ୱାର୍ଟରରୁ ତାଙ୍କ ମୃତଦେହ ସହ, ସ୍ତ୍ରୀ, ୨ ଝିଅ ଓ ଗୋଟିଏ ପୁଅର ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁହେଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାକୁ ନେଇ କଳ୍ପନା ଜଳ୍ପନା ଲାଗିରହିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।