ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ! ବିଜେପିର ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତି

38

କନକ ବ୍ୟୁରୋ : ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ । ବିଜେପିର ସଂସଦୀୟ ବୋର୍ଡ ମିଟିଂରେ ଏହି ନିଷ୍ପତି ନିଆଯାଇଛି । ଆଉ କିଛି ସମୟ ପରେ କେନ୍ଦ୍ର ସହରାଂଚଳ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁଙ୍କୁ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବ ବିଜେପି ।

ଏବେ କଂଗ୍ରେସ ସମେତ ୧୮ଟି ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କ ସହ ନାଇଡୁଙ୍କ ଲଢେଇ ହେବ । ଉତ୍ତର ପ୍ରଦେଶରୁ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦକ୍ଷିଣ ଭାରତରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବା ପାଇଁ ଦଳ ଇଛା ରଖିଥିବା କଥା ଚର୍ଚ୍ଚା ହେଉଛି ।