ଧରାପଡିଲେ ୪୨୦ ବ୍ୟାଙ୍କବାବୁ। ଡିକିରେ ଟଙ୍କା ରଖି ଚୋରି ହୋଇଥିବା ଥାନାରେ କଲେ ଅଭିଯୋଗ। ଛାନଭିନ ବେଳେ ପଦାକୁ ଆସିଲା ସତ

434

କନକ ବ୍ୟୁରୋ: ଧରାପଡିଲେ ଚାରିଶୋ ବିଶ୍ ବ୍ୟାଙ୍କ୍ ବାବୁ । ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ଚୋରି ହୋଇଗଲା ବୋଲି ଥାନାରେ ଦେଇଥିଲେ ଏତଲା । ହେଲେ ଏହି ମାମଲାରେ ସେ ଏବେ ନିଜେ ଫସିଯାଇଛନ୍ତି । ପିପୁଲ୍ସ ଫୋରମ୍ ବ୍ୟାଙ୍କର ଆସିଷ୍ଟାଂଟ ମ୍ୟାନେଜର ନିଜ ସ୍କୁଟିରେ ଟଙ୍କାକୁ ଅଭିନବ ଢଙ୍ଗରେ ଲୁଚାଇ ରଖିଥିଲେ । ଯାହାକୁ ଦେଖିଲେ ଆପଣ ବି ତାଜୁବ ହୋଇଯିବେ ।

ରେଙ୍ଗାଳି ଥାନାରେ ଅଭିଯୋଗ ପରେ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଟଙ୍କା ଚୋରି ହୋଇନି, ଏହାକୁ ବାଟମାରଣା କରିବାକୁ ଷଡଯନ୍ତ୍ର ରଚିଥିଲେ ବ୍ୟାଙ୍କ ବାବୁ ଜଣକ । ଘଟଣାରେ ତାଙ୍କୁ ଗିରଫ କରିବା ପରେ ତାଙ୍କ ଗାଡିରୁ ମିଳିଥିଲା ସମସ୍ତ ଟଙ୍କା । ଅତି ଚାଲାକ୍ ଭାବେ ଟଙ୍କା ଗୁଡିକୁ ଦୁଇଟି ପ୍ୟାକେଟରେ ଲୁଚେଇ ରଖିଥିଲେ । ମାମଲାରେ ବ୍ୟାଙ୍କ ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।