ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ- ୨୦୨୩, ବ୍ରାଣ୍ଡିଂର ଅର୍ଥ ବୁଝାଇଲେ ସୁବ୍ରତ ବାଗଚୀ।

90

କନକ ବ୍ୟୁରୋ: ଭୁବନେଶ୍ୱରରେ ଆୟୋଜିତ ହୋଇଛି ବ୍ରାଣ୍ଡସ ଅଫ ଓଡି଼ଶା ପ୍ରାଇଡ୍ ଅଫ ଇଣ୍ଡିଆ । ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ- ୨୦୨୩ରେ ବ୍ରାଣ୍ଡର ଅର୍ଥ ବୁଝାଇଛନ୍ତି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବ୍ରାଣ୍ଡ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି । ।

ବ୍ରାଣ୍ଡର ଅର୍ଥ ହେଲା ଯେଉଁ ଜିନିଷର ବ୍ରାଣ୍ଡ ଅଛି ତାହା ଅନ୍ୟଠାରୁ ଅନନ୍ୟ ହେବା ଦରକାର । ତାହା ଅନ୍ୟ କୌଣସି ଜିନିଷ ଭଳି ନହେବା ଦରକାର । ଯଦି କୌଣସି ଜିନିଷର ଭିନ୍ନତା ନଥିବ ତେବେ ତାହା ବ୍ରାଣ୍ଡ ହୋଇପାରିବ ନାହିଁ । କେବଳ ଏତିକି ନୁହେଁ ବ୍ରାଣ୍ଡର ଇତିହାସ ବାବଦରେ ମଧ୍ୟ ସୁବ୍ରତ ବାଗଚୀ ତଥ୍ୟ ରଖିଥିଲେ ।

ବ୍ରାଣ୍ଡିଂର ଆରମ୍ଭ ଗାଇଗୋଠରୁ ଆରମ୍ଭ ହୋଇଥିଲା । ଯେଉଁମାନେ ବଡ ଆକାରରେ ଗାଇଗୋରୁ ରଖୁଥିଲେ ସେମାନେ ନିଜର ଗାଇକୁ ଚିହ୍ନିବା ପାଇଁ ତାଙ୍କ ଦେହରେ ବ୍ରାଣ୍ଡିଂ କରୁଥିଲେ । ଚେଙ୍କ ଦେଇ ଏହି ବ୍ରାଣ୍ଡିଂ କରାଯାଉଥିଲା । ଏହାର ଉଦେଶ୍ୟ ଯେ ଆପଣ ମାନେ କୌଣସି ଜିନିଷର ବ୍ରାଣ୍ଡିଂ କଲେ ତାକୁ ଭିଡ ଭିତରେ ମଧ୍ୟ ଆପଣ ଚିହ୍ନି ପାରିବେ ।