ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ରାଜସ୍ଥାନ ରାଜନୀତି, ପୁଣି କଥା କଟାକଟି ହେଲେ ପାଇଲଟ ଓ ଗେହଲଟ

136

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଥରେ ସରଗରମ ହୋଇଛି ରାଜ୍ୟରାଜନୀତି । ବୟାନବାଜୀ ପାଇଁ ପୁଣି ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ଯୁବ ନେତା ସଚିନ ପାଇଲଟ । ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାକୁୁ ନେଇ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି ପାଇଲଟ ଓ ଗେହଲଟ । ଦୁର୍ନିତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ଟାର୍ଗେଟ କରିଥିଲେ ପାଲଇଟ ଓ କହିଥିଲେ ଅଧିକାରୀଙ୍କୁ ବଦଳି କରିବା ବଦଳରେ ମାଷ୍ଟରମାଇଣ୍ଡକୁ ଧରି ଦେଖାନ୍ତୁ ରାଜ୍ୟସରକାର । ଏହାର ଜବାବ ରଖିଛନ୍ତି ଅଶୋକ ଗେହଲଟ ଓ କହିଛନ୍ତି ମାମଲାରେ କାହାର ହାତ ରହିଛି ସେମାନଙ୍କ ନାଁ କୁହୁନ୍ତ ପାଇଲଟ । ରାଜ୍ୟସରକାର ତୁରନ୍ତ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ । ପାଇଲଟ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜସ୍ଥାନ ରାଜନୀତିରେ ଅସ୍ଥିରତା ଏଭଳି ବୟାନ ଦେଉଥିବା କହିଛନ୍ତି ଅଶୋକ ଗେହଲଟ ।