ଯୁଦ୍ଧ ଭିତରେ ପାଦେ ଆଗେଇଲା ରୁଷିଆ, ଆରମ୍ଭ କଲା ବାଲେଷ୍ଟିକ ମିସାଇଲ ସହ ଯୁଦ୍ଧାଭ୍ୟାସ । ମସ୍କୋର ୩ଟି ଗୁପ୍ତ ସ୍ଥାନରେ ଚାଲିଛି କ୍ରେମଲିନର ନୂଆ ରଣନୀତି

219

କନକ ବ୍ୟୁରୋ : ୟୁକ୍ରେନ-ରୁଷିଆ ଯୁଦ୍ଧ ଭିତରେ ଆସିଛି ବଡ଼ ଖବର । ତାଜା ସୂଚନା ଅନୁସାରେ ରୁଷ ଆରମ୍ଭ କରିଛି ପରମାଣୁ ହତିଆର ସହ ସମରଭ୍ୟାସ । ମସ୍କୋର ନିକଟରେ ଥିବା ଏକ ଦ୍ୱୀପରେ କ୍ରେମଲିନ ଆନ୍ତମହାଦେଶୀୟ ବାଲେଷ୍ଟିକ ମିସାଇଲ ପ୍ରଣାଣୀ ଓ ହଜାର ସଂଖ୍ୟକ ସୈନିକଙ୍କୁ ନେଇ ଶକ୍ତିପ୍ରଦର୍ଶନ କରୁଛି । ଏନେଇ ରୁଷ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି    । ୟାର୍ସ ମିସାଇଲ ସହ କରାଯାଉଛି ଏହି ସମରଭ୍ୟାସ । ଏହି ବାଲେଷ୍ଟିକ ମିସାଇଲ ଯେତିକି ଶକ୍ତିଶାଳୀ ସେତିକି ଘାତକ ଭାବେ ଜଣାଯାଏ । ଥରକେ ୧୨ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରେ । ଇଏ ଏକମାତ୍ର ମିସାଇଲ ଯିଏ ପରମାଣୁ ବୋମା ବହନ କରିବା କ୍ଷମତା ରଖିପାରେ । କୁହାଯାଏ କି ଏହି ମିସାଇଲ ରୁଷ ପାଇଁ ଯୁଦ୍ଧରେ ସବୁଠୁ ବଡ ହତିଆର ବା ଗେମ ଚେଂଜର ସାବ୍ୟସ୍ତ ହୋଇପାରେ । ତେବେ ସ୍ଥାନରେ ରୁଷ ଏହି ସମରଭ୍ୟାସ କରୁଛି ସେନେଇ କୌଣସି ଖବର ମିଳିପାରିନି । ଏହି ଯୁଦ୍ଧାଭ୍ୟାସରେ ରୁଷ ଏମିତି କିଛି ପରମାଣୁ ହତିଆର ସହ ଯୁଦ୍ଧାଭ୍ୟାସ କରିଛି ଯାହା ବେଶ ଅତ୍ୟାଧୁନିକ ଓ ଶକ୍ତିଶାଳୀ ବୋଲି କୁହାଯାଉଛି । ମୋଟ ୩ହଜାର ସୈନିକ ଓ ୩ଶହ ଅତ୍ୟାଧୁନିକ ହତିଆର ସହ ଚାଲିଛି ଯୁଦ୍ଧକୌଶଳ । ଅନ୍ୟପଟେ ବେଲାରୁଷ ସହ ମିଶି ପୁଣି ଥରେ ରୁଷ ଯୁଦ୍ଧାଭ୍ୟାସ ପାଇଁ ପ୍ରସ୍ତୁତି କରୁଥିବା କୁହାଯାଉଛି