ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧରେ ଅପପ୍ରଚାର । ଭାରତରେ ଆଉ ଖୋଲିବନି ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟ

478

କନକ ବ୍ୟୁରୋ : ଭାରତରେ ଆଉ ଖୋଲିବନି ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଣ୍ଟ । ପାକିସ୍ତାନ ସରକାର ଓ ତାଙ୍କ ଅଧିକାରୀଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ଭାରତରେ ବ୍ୟାନ କରାଯାଇଛି । ରିପୋର୍ଟ ମୁତାବକ ନ୍ୟାୟିକ ଭିତିରେ ଟ୍ୱିଟର ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ଭାରତରେ ପାକିସ୍ତାନ ଅଧିକାରୀଙ୍କ ଟ୍ୱିଟର ଏକାଉଂଟ ଖୋଲିବାକୁ ଚାହିଁଲେ ଏହା ବ୍ୟାନ ହେବାର ମେସେଜ ଆସୁଛି । ତେବେ ପାକିସ୍ତାନ ଅଧିକାରୀଙ୍କ ସୋସିଆଲ ମିଡ଼ିଆରେ ବ୍ଲକ ଘଟଣା କିଛି ନୂଆ ନୂହେଁ । ଏହା ପୂର୍ବରୁ ମଧ୍ୟ ବହୁବାର ପାକିସ୍ତାନ ଅଧିକାରୀଙ୍କ ଟ୍ୱିଟର ଏକାଉଣ୍ଟକୁ ଭାରତରେ ବ୍ଲକ କରାଯାଇଛି । ବର୍ତମାନ ଭାରତରେ ପାକିସ୍ତାନ ସରକାରଙ୍କ ଅଧିକାରୀଙ୍କ ଟ୍ୱିଟରରୁ କରାଯାଇଥିବା ପୋଷ୍ଟ ଦେଖିହେବ ନାହିଁ । ତେବେ ଏନେଇ ଭାରତ ସରକାରଙ୍କ ଆଇଟି ମନ୍ତ୍ରାଳୟ କିମ୍ବା ପାକିସ୍ତାନ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହା ପୂର୍ବରୁ ୨୦୨୨ ଅକ୍ଟୋବରରେ ପାକ୍ ଅଧିକାରୀଙ୍କ ଆକାଉଣ୍ଟ ବ୍ୟାନ କରାଯାଇଥିଲା ।