୫ ଦିନରେ ବାହାରିଲାଣି ୪୫୪ କୋଟି ଟଙ୍କା, ୬୦ କିଲୋ ସୁନା । ୫ ଦିନ ହେଲା ୨୫ ମେସିନରେ ଟଙ୍କା ଗଣୁଛନ୍ତି ୫୦ କର୍ମଚାରୀ । ଏବେବି ଚଢାଉ ଜାରି ।

1,905

କନକ ବ୍ୟୁରୋ: ପାଞ୍ଚ ଦିନରେ ଜବତ ହେଲାଣି ୪୫୪ କୋଟି ୫୦ ଲକ୍ଷ ଟଙ୍କା । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ଚଢାଉ ଜାରିରଖିଛି । ତେବେ ଏହି ୫ ଦିନରେ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି । ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମା କରାଯାଉଛି ।

ଏଥିସହ ବଲାଙ୍ଗୀରରୁ ୬୦ କିଲୋ ଓଜନର ସୁନା ଜବତ କରାଯାଇଥିବା ସୂଚନା ମଳିଛି । ଓଡ଼ିଶା ବ୍ୟତୀତ ବାହାର ରାଜ୍ୟରୁ ମଧ୍ୟ ଟଙ୍କା ଜବତ ଆରମ୍ଭ ହୋଇଛି । ଗତକାଲି ଆୟକର ବିଭାଗ ଝାଡଖଣ୍ଡରୁ ନଗଦ ୬ କୋଟି ଟଙ୍କା ଜବତ କରିଛି । ଝାଡଖଣ୍ଡରେ ଥିବା ଜୟଶ୍ୱାଲ ଟ୍ରେଡର୍ସରୁ ଏହି ଟଙ୍କା ଜବତ କରାଯାଇଛି । ଓଡ଼ିଶା ଏବଂ ଝାଡଖଣ୍ଡେରେ ଏକକାଳୀନ ୩୭ ଟି ଟିମ ୩୭ ଟି ସ୍ଥାନରେ ଚଢାଉ କରି ଏସବୁ ଟଙ୍କା ଜବତ କରିଛି । ତେବେ ଜବତ ୧୭୬ ଟଙ୍କା ବ୍ୟାଗରୁ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ଟଙ୍କା ଗଣିବାରେ ୨୫ଟି ମେସିନ ଓ ୫୦ ଜଣ କର୍ମଚାରୀ ସାମିଲ ହୋଇଥିଲେ ।