ଜଗନ୍ନାଥଙ୍କ ସେବାରେ ମହିଳା ରାଜା । ସେବା କରୁଛନ୍ତି ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ

151

କନକ ବ୍ୟୁରୋ : ଜଗନ୍ନାଥଙ୍କ ସେବାରେ ମହିଳା ରାଜା । ଧରାକୋଟର ରାଜା ଶ୍ରୀକିଶୋର ଚନ୍ଦ୍ର ସିଂଦେଓଙ୍କ ଅକାଳ ଦେହାନ୍ତ ପରେ ୧୪ ବର୍ଷ ବୟସରୁ ଜଗନ୍ନାଥଙ୍କ ସେବାରେ ଲାଗିଛନ୍ତି ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ଧରାକୋଟରେ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଗତକାଲି ବାହୁଡା ଥିଲା ଆଜି ସୁନାବେଶ ରହିଛି ।

ଗତକାଲି ଅପରାହ୍ନରେ ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ରାଜା ବେଶରେ ନିଜର ଭଉଣୀ ଶାନ୍ତି ପ୍ରିୟା ଗୀତାଞ୍ଜଳି ପାତ୍ର, ମନ୍ତ୍ରୀ, କଟୁଆଳ, ସେନାପତି ଓ ପାରିଷଦ ବର୍ଗଙ୍କ ସହ ରୂପା ପାଲିଙ୍କିରେ ରଥ ନିକଟରେ ପହଂଚିବା ପରେ ଠାକୁରଙ୍କ ପୂଜା ଅର୍ଚ୍ଚନା କରିଥିଲେ । ଏହାପରେ ରଥ ଟଣା ହୋଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତ ନିଜର ପ୍ରିୟ ଠାକୁର ଓ ମହିଳା ରାଜାଙ୍କୁ ଦେଖିବା ପାଇଁ ଭିଡ଼ ଜମାଇ ଥିଲେ । ରାଜତନ୍ତ୍ର ବିଲୋପ ହୋଇସାରିଥିବା ବେଳେ ଧରାକୋଟ ଗଡ଼ରେ ରାଜତନ୍ତ୍ରର ଛିଟା ଦେଖିବାକୁ ମିଳିଛିି । ଯାହାକି ଏକ ଭିନ୍ନ ଓ ସ୍ୱତନ୍ତ୍ର ପରାମ୍ପରାକୁ ବହନ କରି ଆସୁଛି ।