ପଞ୍ଜାବ କିଙ୍ଗସକୁ ମାତ୍ ଦେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟଙ୍କ ଦମଦାର ଅର୍ଦ୍ଧଶତକ, ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ

134

କନକ ବ୍ୟୁରୋ: ଆଇପିଏଲ ୨୦୨୪ର ୬ଷ୍ଠ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟ କୋହଲିଙ୍କ ଦମଦାର ଅର୍ଧଶତକ ସାଙ୍ଗକୁ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ବଳରେ ୬ ୱିକେଟ ବିନିମୟରେ ବିଜୟ ହାସଲ କରିନେଇଛି ବେଙ୍ଗାଲୁରୁ । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୧୭୬ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶିଖର ଧାୱନ ୩୫ ବଲରେ ୪୫ ରନ, ପ୍ରଭସିମରନ ୨୫ ରନ, ସାମ କୁରାନ୍ ୨୩ ଏବଂ ଜିତେଶ ଶର୍ମା ୨୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ୧୯.୨ ଓଭରରେ ୧୭୮ ରନ୍ ସଂଗ୍ରହ କରିବା ସହ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିରାଟ କୋହଲି ବ୍ୟକ୍ତିଗତ ଭାବେ ୪୯ଟି ବଲରୁ ୧୧ଟି ଚୌକା ୨ଟି ଛକା ସହ ୭୭ ରନ୍ ସଂଗ୍ରହ କରିଥିବା ବେଳେ ଦିନେଶ କାର୍ତିକ ୨୯ ଓ ମହିପାଲ ଲାମରୋର ୧୭ରନ୍ କରି ଅପରାଜିତ ରହିଥିଲେ ।