ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର; କହିଲେ ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ

90

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଓଡ଼ିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡନ୍ତୁ । ସରକାର ଭୁଲ ସ୍ୱୀକାର କରନ୍ତୁ ବୋଲି କହିଛନ୍ତି ସମ୍ବିତ ପାତ୍ର । କୀର୍ତ୍ତିରାଜି ଧ୍ୱଂସ ପାଇଁ ଓଡ଼ିଶା ସରକାରଙ୍କୁ ଭବିଷ୍ୟତ କ୍ଷମା କରିବନାହିଁ ।

ଚାଲିଥିବା ପ୍ରକଳ୍ପ ପାଇଁ କୌଣସି ଅନୁମତ ମିଳିନଥିଲା ବୋଲି ସେ କହିଛନ୍ତି । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନାହୁଁ । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ସମ୍ବିତ ପାତ୍ର । ଏଏସ୍ଆଇ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଇଥିବା ଉଲ୍ଲେଖ ରହିଛି । ଯଦି ନିର୍ମାଣରେ ସନ୍ଦେହନଥିଲା ତେବେ କାହିଁକି ଡିପିଆର ବଦଳାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।