ଆଜି ଆଡଭାନ୍ସ ଏୟାର ଡିଫେନ୍ସ ଇଂଟରସେପ୍ଟରର ପରୀକ୍ଷଣ । ସମୁଦ୍ରରୁ ଛଡାଯିବ ରକେଟ୍, କଲାମ ଦ୍ୱୀପରୁ ଟାର୍ଗେଟ କରିବ ଇଂଟରସେପ୍ଟର ।

35

କନକ ବ୍ୟୁରୋ : ଭାରତୀୟ ପ୍ରତିରକ୍ଷା ବିଭାଗ ଆଜି ଏକ ଆଡଭାନ୍ସ ଏୟାର ଡିଫେନ୍ସ ଇଂଟରସେପ୍ଟର ପରୀକ୍ଷା କରିବାର ଯୋଜନା ରଖିଛି । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷା ହେବ । ସମୁଦ୍ର ମଧ୍ୟରେ ପ୍ରତିରକ୍ଷା ବିଭାଗର ଷ୍ଟିମର ଉପରେ ମିଶାଇଲ୍ ଟେଷ୍ଟ ହେବ ଏବଂ ତାର ଅପରପାଶ୍ୱର୍ରେ ଚାନ୍ଦିପୁର ଘାଟିର ୪ ନମ୍ବର ଲଂଚପ୍ୟାଡରୁ ପୃଥ୍ୱୀ ଉତକ୍ଷେପଣ ହେବ ।

କଲାମ ଦ୍ୱୀପରୁ ଛଡାଯାଇଥିବା କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ପୃଥ୍ୱୀକୁ ୧୨୦ କିଲୋମିଟର ଉଚ୍ଚତାରେ ଲକ୍ଷ୍ୟଭେଦ କରିବ । ପୂର୍ବରୁ ମଧ୍ୟ ଏହାର ସଫଳ ଉତକ୍ଷେପଣ ହୋଇସାରିଛି ।