ଏବେବି ଅବହେଳିତ ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଅଂଚଳ । ଗାଁକୁ ନାହିଁ ରାସ୍ତା , ଲୋକେ ହନ୍ତସନ୍ତ

32

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ଅଭ୍ୟନ୍ତରୀଣ ଅଂଚଳରେ ଥିବା ଗାଁଗୁଡିକୁ ଏବେବି ଗ୍ରାମପଂଚାୟତ ସହ ସଂଯୋଗ କରିବା ପାଇଁ ରାସ୍ତା ନାହିଁ । ଗମନାଗମନ କ୍ଷେତ୍ରରେ ସୁଧାର ଆସୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲାର ପଂଚମହଲା ଗ୍ରାମ ପଂଚାୟତ ସହ ଧୂଲଧୂଲା ଗାଁର ଯୋଗାଯୋଗ କରିବା ପାଇଁ ଯମୁନା ଯୋର ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି ହେଲେ ତାହା ଏଯାଏଁ ପୁରା ହୋଇପାରୁନାହିଁ ।

ଫଳରେ ୫ଟି ମୌଜାର ଲୋକେ ଏକପ୍ରକାର ବିଚ୍ଛିନ୍ନ ହୋଇ ରହିଯାଇଛନ୍ତି । ପ୍ରତି କାମ ପାଇଁ ପଂଚମହଲା ଗ୍ରାମ ପଂଚାୟତ ଉପରେ ନିର୍ଭର କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଶେଷ ଭାବରେ ବର୍ଷା ଦିନରେ ଯମୁନା ଯୋରରେ ପାଣି ବଢୁଥିବା ଯୋଗୁଁ ଲୋକେ ଗ୍ରାମପଂଚାୟତକୁ ଆସିପାରୁନାହାନ୍ତି ।

ଧୁଲଧୁଲା ସହ ଜଗନ୍ନାଥପାଲି, ଡିଡିମାଲ, ବଡମାଲ ଓ ଲମକାନି ଆଦି ଗାଁର ଲୋକେ ମଧ୍ୟ ସିଧାସଳଖ ପଂଚାମହଲା ସହ ଯୋଗଯୋଗ ରଖିପାରୁନାହାନ୍ତି । ତେବେ ବିଭିନ୍ନ ଅନୁଦାନ ନେଇ ପୋଲ ତିଆରି କରାଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ କହିଛନ୍ତି ।