କେମିତି ଅଛନ୍ତି ଋଷଭ ପନ୍ତ ? ସ୍ୱାସ୍ଥ୍ୟାବସ୍ଥା ନେଇ ବିସିସିଆଇର ସୂଚନା

312

କନକ ବ୍ୟୁରୋ : କାର ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏ ନେଇ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ଦିଲ୍ଲୀରୁ ରୁଡକି ଯିବା ସମୟରେ ଋଷଭଙ୍କ କାର ଦୁର୍ଘଟଣା ହୋଇଥିଲା । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାରଟି ଜଳିଯାଇଥିଲା । ପରେ ଲୋକେ ସେଠାରୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ଦିଲ୍ଲୀରୁ ଘରକୁ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି । ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପନ୍ତଙ୍କ କାର ଦେଖିଲେ ଲାଗୁଛି ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା । ପନ୍ତଙ୍କ ମୁଣ୍ଡ ଓ ଗୋଡ ଦେହରେ ଗଭୀର ଆଘାତ ଲାଗିଛି । ପନ୍ତଙ୍କ ଗୋଡ ଭାଙ୍ଗି ଯାଇଛି ବୋଲି ସୂଚନା ରହିଛି । ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ସେ କ୍ରିକେଟ୍ ଠାରୁ ବହୁତ ସମୟ ଦୂରରେ ରହିପାରନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ପନ୍ତ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନାହାନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଖବର ଆସିଥିଲା ଏବଂ ବିସିସିଆଇ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ ବା ଏନସିଏକୁ ରିପୋର୍ଟ କରିବାକୁ କହିଛି । ଏହି ଦୁର୍ଘଟଣା ପରେ ପନ୍ତଙ୍କ ଅଡୁଆ ଆହୁରି ବଢିଯାଇଛି ।