ଭୁବନେଶ୍ୱର ରେଳ ଷ୍ଟେସନରେ ରୁଷ୍ ଶରଣାର୍ଥୀ : ପ୍ଲା କାର୍ଡ ଧରି ମାଗୁଛନ୍ତି ସହାୟତା

282

କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନରେ ରୁଷ୍ ଶରଣାର୍ଥୀ । ଆଣ୍ଡ୍ରୁ ନାମକ ଜଣେ ବୟସ୍କ ବ୍ୟକ୍ତି ଭୁବନେଶ୍ୱରରେ ବୁଲୁଛନ୍ତି । ସହଯୋଗ ଓ ରୁଷୀୟ ଶରଣାର୍ଥୀ ଲେଖାଥିବା ପ୍ଲାକାର୍ଡ ହାତରେ ଧରି ଛିଡା ହୋଇ ରହିଛନ୍ତି । ସେ କେବେଠାରୁ ଏଠାରେ ଛିଡା ହୋଇ ରହିଛନ୍ତି ତାହା କାହାକୁ ଜଣାନାହିଁ ।

ହେଲେ ପ୍ରତିଦିନ ସକାଳ ୧୦ଟା ବେଳେ ରେଳ ଷ୍ଟେସନରେ ପ୍ଲାକାର୍ଡରେ ସହାୟତା ମାଗିଥାନ୍ତି । ପ୍ଲାକାର୍ଡରେ ଲେଖାଯାଇଛି, ସେ ଜଣେ ରୁଷୀୟ ସରଣାର୍ଥୀ । ଯୁଦ୍ଧକୁ ସେ ବିରୋଧ କରନ୍ତି । ସେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ । ତାଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରୁଛନ୍ତି । ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ରୁଷୀୟ ଶରଣାର୍ଥୀ ଭୁବନେଶ୍ୱରରେ ବୁଲୁଥିବା ଦେଖିବାକୁ ମିଳିଛି ।