କାହିଁକି ବଢୁଛି ସିଜରିଆନ ଡେଲିଭରି ? ଆଜିଠୁ ଅଡିଟ୍ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ; ସରକାରୀ ନିୟମ ମାନୁନଥିବା ଘରୋଇ ହସ୍ପିଟାଲ ଉପରେ ହେବ ଚଢାଉ

179

କନକ ବ୍ୟୁରୋ : କାହିଁକି ବଢୁଛି ସିଜରିଆନ ଡେଲିଭରି । ଆଜିଠୁ ଅଡିଟ୍ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସରକାରୀ ନିୟମ ମାନୁନଥିବା ଘରୋଇ ହସ୍ପିଟାଲ ଉପରେ ହେବ ଚଢାଉ । ଏଥିପାଇଁ ସବୁ ସିଡିଏମଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ନିୟମ ମାନି ହସ୍ପିଟାଲ ଗୁଡିକ ନର୍ମାଲ ଡେଲିଭରି କରୁଛନ୍ତି ନା ନିୟମ ବାହାରକୁ ଯାଇ ସିଜରିଆନ ଡେଲିଭରି କରୁଛନ୍ତି ତାହାର ଅଡିଟ କରାଯିବ ।

ନୋଡାଲ ଅଫିସର ଏହାର ଯାଞ୍ଚ କରିବେ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ-୫ର ତଥ୍ୟ ଅନୁସାରେ, ଜାତୀୟ ହାର ତୁଳନାରେ ଓଡିଶା଼ରେ ଅଧିକ ସିଜରିଆନ ଡେଲିଭରି ହେଉଛି । ଦେଶରେ ସିଜରିଆନ ଡେଲିଭରି ୪୭.୪ ପ୍ରତିଶତ ଥିବା ବେଳେ ଓଡିଶାରେ ରହିଛି ୭୦.୭ ପ୍ରତିଶତ । ୨୦୧୫-୧୬ରେ ଓଡିଶାରେ ଘରୋଇ ହସ୍ପିଟାଲରେ ସିଜରିଆନ ଡେଲିଭରି ୫୩ ପ୍ରତିଶତ ଥିଲା ।

କିନ୍ତୁ କିଛି ବର୍ଷ ଭିତରେ ଏହି ସଂଖ୍ୟା ୭୦ ପ୍ରତିଶତ ପାର କରିଛି । କୁହାଯାଉଛି, ଘରୋଇ ହସ୍ପିଟାଲ ଗୁଡିକ ଲାଭ ଆଶାରେ ବିଏସକେୱାଇ ସହାୟତାର ଦୂରୁପଯୋଗ କରୁଥିବା ଅଭିଯେଗ ହୋଇଛି । ଅଧିକ ଟଙ୍କା ପାଇବା ଆଶାରେ ହସ୍ପିଟାଲଗୁଡିକରେ ନରମାଲ ପ୍ରସବ କରାଇବା ବଦଳରେ ସିଜରିଆନ ଡେଲିଭରି କରି ମୋଟା ଅଙ୍କର ଟଙ୍କା କମାଉଛନ୍ତି ।