ବଡ ପରଦାରେ ଓଡିଶା ମାଟିର ଦୁଇଟି ସତ କାହାଣୀ : ରିଲିଜ୍ ହେଲା ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ ଓ ‘ମୀମାଂସା’

150

source -http://incredibleorissa.com/

ଆଜି ରିଲିଜ ହେଉଛି ନୂଆ ଓଡିଆ ଚଳଚିତ୍ର ମୀମାଂସା । ଇଷ୍ଟର୍ଣ୍ଣ ମିଡିଆ ଏଂଟରଟେନମେଂଟର ଷଷ୍ଠ ଓଡିଆ ଚଳଚିତ୍ର ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ରାଜ୍ୟର ୩୧ଟି ହଲରେ ରିଲିଜ ହେଉଛି । ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜନାରେ ଚକ୍ରଧର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଭୁବନେଶ୍ୱରର ଆଇନକ୍ସ ଓ ଶ୍ରୀୟା ସିନେମାରେ ଫିଲ୍ମ ମୀମାଂସା ରିଲିଜ୍ ହେଉଛି । ସାଧାରଣ ବ୍ୟବସାୟିକ ଚଳଚିତ୍ର ଠାରୁ ଏକ ଭିନ୍ନ ସ୍ୱାଦର ଫିଲ୍ମ ନିର୍ମାଣ ହୋଇଛି ।

source-google

ଏହାସହ ପରଦାରେ ବୁଦ୍ଧିଆ ସିଂ । ଆଜି ରିଲିଜ୍ ହେଉଛି ବଲିଉଡ୍ ମୁଭି ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍ । ବିସ୍ମୟ ବାଳକ ବୁଦ୍ଧିଆ କୁନି ବୟସରୁ କିପରି ମାରାଥନ ଧାବକ ପାଳଟିଥିଲେ ଏହାକୁ ନେଇ ଫିଲ୍ମର କାହାଣୀ । ବୁଦ୍ଧିଆଙ୍କ ପ୍ରତିଭାକୁ ଆବିଷ୍କାର କରିଥିବା କୋଚ୍ ବିରଂଚି ଦାସଙ୍କ ଚରିତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଓଡିଆ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ ଏହାକୁ ନିର୍ମାଣ କରିଛନ୍ତି । ବୁଦ୍ଧିଆ ଭୂମିକାରେ ଶିଶୁ କଳାକାର ମୟୂର ଅଭିନୟ କରିଥିବା ବେଳେ ବଲିଉଡ ଷ୍ଟାର ମନୋଜ ବାଜପେୟୀଙ୍କୁ ବୁଦ୍ଧିଆର କୋଚ୍ ବିରଂଚି ଦାସ ଭୁମିକାରେ ଦେଖିବେ ଦର୍ଶକ ।

source-google

୨୦୦୪ରୁ ଚର୍ଚ୍ଚାରେ ରହି ଆସିଥିଲା ଧାବକ ବୁଦ୍ଧିଆ ସିଂ । ବିରଂଚି ଦାସ ତାକୁ ତାଲିମ୍ ଦେଇ ଦୌଡିବା ଆରମ୍ଭ କରାଇଥିଲେ । ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ବିଶ୍ୱ ରେକର୍ଡ କରି ଚର୍ଚ୍ଚିତ ହୋଇଥିଲା । ପରେ ବିରଂଚି ତାକୁ ଶୋଷଣ କରିବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଉଭୟଙ୍କୁ ଅଲଗା କରିବା ପରେ ୨୦୦୮ରେ ବିରଂଚି ଦାସଙ୍କୁ ହତ୍ୟା କରାଯାଇଥିଲା । ଏଭଳି ସତ୍ୟ ଘଟଣାକୁ ଆଧାର କରି ଫିଲ୍ମଟି ନିର୍ମିତ ହେଉଛି । ଫିଲ୍ମର ପ୍ରଚାର ପାଇଁ ବୁଦ୍ଧିଆ ଏବେ ଦିଲ୍ଲୀରେ ଅଛନ୍ତି । ପୂର୍ବରୁ ଫ୍ଲାଇଂ ଶିଖ୍ ମିଲଖା ସିଂ ଏବଂ ବକ୍ସର୍ ମାରି କମଙ୍କ ଉପରେ ଫିଲ୍ମ ନିର୍ମିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଆଉ ଏବେ ବୁଦ୍ଧିଆ ସିଂଙ୍କ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ ମଧ୍ୟ ସଫଳତା ଲାଭ କରିବ ବୋଲି ଆଶା କରାଯାଉଛି ।