ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କଲା କମିଶନରେଟ ପୋଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଅଙ୍କାଯାଇଛି ସ୍କେଚ୍ ।

142

କନକ ବ୍ୟୁରୋ: ଜାଆଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣାରେ ଜାରି ହେଲା ସ୍କେଚ୍ । କଙ୍କାଳର ସ୍କେଚ୍ ଜାରି କରିଛି କମିଶନରେଟ୍ ପୁଲିସ । ବେଙ୍ଗାଲୁରୁର ବିଶେଷଜ୍ଞଙ୍କ ଦ୍ୱାରା ଏହି ସ୍କେଚ୍ ଜାରି ହୋଇଛି । ସ୍କେଚ୍ ମାଧ୍ୟମରେ ମହିଳାଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରାଯିବ । ଏହା କମିଶନରେଟ୍ ପୋଲିସର ପ୍ରଥମ ସ୍କେଚ୍ ହୋଇଥିବା ବେଳେ ଆଗକୁ ଆହୁରି ସ୍କେଚ୍ ଆସିବାର ରହିଛି ।

ତେବେ ଏମ୍ସକୁ ଯାଇଥିବା କଙ୍କାଳର ଖପୁରୀର ବିଭିନ୍ନ ଦିଗର ମାପଚୁପ ଏବଂ ଫଟୋକୁ ନେଇ ବେଙ୍ଗାଲୁରର ଏକ୍ସପର୍ଟ ମାନେ ଏହି ସ୍କେଚ୍ ଜାରି କରିଛନ୍ତି । ଯେହେତୁ ମାଂସ ନାହିଁ, ତେଣୁ ଶରୀରର ରଙ୍ଗ ଭିନ୍ନ ଭିନ୍ନ ପ୍ରକାରରର କରାଯାଇ ଆହୁରି ୪ରୁ ୫ଟି ସ୍କେଚ୍ ଜାରି ହେବ ।