୫ କିଲୋ ସୁନା ପିନ୍ଧି ନାମାଙ୍କନ ଦାଖଲ କରିବାକୁ ଆସିଲେ ସ୍ୱାଧିନ ପ୍ରାର୍ଥୀ । ସୋସିଆଲ ମିଡିଆରେ ଫୋଟ ହେଉଛି ଭାଇରାଲ । କହିଲେ ମୋ ପାଖରେ ଅଛି ୧୧ କିଲୋ ସୁନା

707

କନକ ବ୍ୟୁରୋ : ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋର ଧରିଛି । କିଛିଦିନ ପରେ ଏହି ସବୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରୁଥିବା ଦେଖିବାକୁ ମିଳିଛି ।

ଏହି କ୍ରମରେ ତାମିଲନାଡୁର ଜଣେ ପ୍ରାର୍ଥୀ ନିଆରା ଢଙ୍ଗରେ ନିଜର ନାମାଙ୍କନ ପତ୍ର ଭରିବାକୁ ଆସିଥିବା ଦେଖିବାକୁ ମିଳିଛି  । ତାମିଲନାଡୁର ତିରୁନରବେଲି ଜିଲ୍ଲା ଅଲାଙ୍ଗୁଲମ୍ ବିଧାନସଭା ଆସନରୁ ନିଦ୍ଦଳୀୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ହରି ନାଦର । ହେଲେ ସେ ଯେତେେବେଳ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବାକୁ ପହଂଚିଥିଲେ ତାଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଲାଗିଥିଲା । କାରଣ ଥିଲା ସେ ଗଳାରେ ପ୍ରାୟ ୫ କିଲୋ ଓଜନର ସୁନା ଗହଣା ପିନ୍ଧିଥିଲେ ।

ସେ ନାମାଙ୍କନ ଦାଖଲ ବେଳେ ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ଦେଇଛନ୍ତି । ସେ ଲେଖିଛନ୍ତି କି ସେ ପିନ୍ଧିଥିବା ୫ କିଲୋ ସୁନା ସମେତ ତାଙ୍କ ପାଖରେ ମୋଟ ୧୧ କିଲୋ ସୁନା ରହିଛି । ତାମିଲନାଡୁରେ ଏହାକିଛି ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ପିପିଇ କିଟ୍ ପିନ୍ଧି ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ଦେଖିବାକୁ ମିଳିଥିଲା ।

କହିରଖୁ କି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ତାଙ୍କ ନାମାଙ୍କନ ଦାଖଲ ବେଳେ ତାଙ୍କ ପାଖରେ ମୋଟ ୪୭ ଲକ୍ଷ ଟଙ୍କାର ସଂପତ୍ତି ଥିବା ଦର୍ଶାଇ ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ହରି ନାରଦଙ୍କ ପାଖରେ ଥିବା ସୁନାର ମୂଲ୍ୟ ମୁଖ୍ୟମନ୍ତ୍ରୀଙ୍କ ମୋଟ ସଂପତ୍ତିର ମୂଲ୍ୟ ସହ ସମାନ । ଯାହାକି ଭୋଟର ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।