ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଲେ, ନବୀନ ନିବାସକୁ ଯିବା ଭୁଲ ଥିଲା । ଏପଟେ ମୋହନ ମାଝି କହିଲେ, ଆମକୁ ଅପମାନ କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର ।

333

କନକ ବ୍ୟୁରୋ: ଗତକାଲି ଘଟିଥିବା ବିଜେଡ଼ି-ବିଜେପି ହାଇଡ଼୍ରାମାକୁ ନେଇ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ପ୍ରତିକ୍ରିୟା ରଖିଛନ୍ତି । କହଛିନ୍ତି ନବୀନ ବାବୁଙ୍କ ଘରକୁ ଯିବା ଆମର ଭୁଲ ଥିଲା । ଘରକୁ ଡ଼ାକି ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଗୃହରେ ଖାଦ୍ୟ-ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ ଉଠା ପ୍ରସଙ୍ଗରେ ବିବୃତି ରଖିବା ପରେ ଏଭଳି ମତ ରଖିଛନ୍ତି ବିରୋଧୀ ଦଳ ନେତା ।

ମଣ୍ଡିରୁ ଧାନ ଉଠାଇବାକୁ ଦାବି କରି ଗତକାଲି ବିଜେପି ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରି ମନ୍ତ୍ରୀ ଆଜି ଗୃହରେ ବିବୃତି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆମ ସହ ପ୍ରତାରଣା କରାଯାଇଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି । ସେହିପରି ବିଜେପି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଣିଛନ୍ତି ଏକ ସଂଗୀନ ଅଭିଯୋଗ । ସେ କହିଛନ୍ତି କି, ଆମକୁ କାଲି ନବୀନ ନିବାସରେ ଅପମାନ କରିବା ପାଇଁ ଷଡଯନ୍ତ୍ର ହୋଇଥିଲା, ଆଉ ଆମେ କାଲି ଅପମାନିତ ମଧ୍ୟ ହୋଇଛୁ ।