ସନାତନ ଧର୍ମକୁ ନେଇ ଟିପ୍ପଣୀ ଦେଇ ଅଡ଼ୁଆରେ ଏମ.କେ ଷ୍ଟାଲିନଙ୍କ ପୁଅ : ଦିଲ୍ଲୀରେ ମାମଲା ରୁଜୁ, ଟାର୍ଗେଟ୍ କଲେ ଗୃହମନ୍ତ୍ରୀ ଅମିତ୍ ଶାହ

176

କନକ ବ୍ୟୁରୋ : ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଅଡୁଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ । ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ ନୁହେଁ ବରଂ ଏହାକୁ ମୂଳପୋଛ କରାଯିବ ଉଚିତ୍ ବୋଲି କହିଛନ୍ତି ଉଦୟନାଥ ।

ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ ବୋଲି ସେ କହିଛନ୍ତି । ଯାହାକୁ ନେଇ ବିବାଦ ତେଜିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ହିଂସା ଉସୁକାଇବା ଭଳି ବୟାନ ବୋଲି କହିଛନ୍ତି । ଏଥିସହ ଇଣ୍ଡିଆ ମେଣ୍ଟକୁ ଶାହା ଟାର୍ଗେଟ କରିଛନ୍ତି । ସନାତନ ଧର୍ମ ଉପରେ ଇଣ୍ଡିଆ ମେଂଟ ଆଭିମୂଖ୍ୟ ସ୍ପଷ୍ଟକରୁ ବୋଲି ଅମିତ ଶାହା କହିଛନ୍ତି । ସେପଟେ ଉଦୟନିଧିଙ୍କ ବିରୋଧରେ ଦିଲ୍ଲୀରେ ମାମଲା ରୁଜୁ ହୋଇଛି । ସୁପ୍ରିମକୋର୍ଟର ଆଇନଜୀବୀ ବିନିତ ଜିନ୍ଦଲ ଦିଲ୍ଲୀ ପୁଲିସ ଅଭିଯୋଗ ପରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ନିଜ ବୟାନକୁ ନେଇ ଅଟଳ ଅଛନ୍ତି ଉଦୟନାଥ । ସେ କୌଣସି ଭୁଲ କଥା କହିନାହାଁନ୍ତି । ପ୍ରଧାନମନ୍ତ୍ରୀ ଯେତେବେଳେ କଂଗ୍ରେସ ମୁକ୍ତ ଭାରତ କଥା କୁହନ୍ତି ତାହା କଂଗ୍ରେସ କର୍ମୀ ନେତାଙ୍କୁ ହତ୍ୟା ନୁହେଁ । ଏହା କେବଳ ଏକ ବିଚାରଧାରାର ଲଢେଇ । ବିଜେପି ଜାଣିଶୁଣି ହିନ୍ଦ୍ୱୁତ୍ୱ କାର୍ଡ ଖେଳି ଧ୍ରୁବିକରଣ ଉଦ୍ୟମ କରୁଛି । ହେଲେ ସେ ଯେକୌଣସି ମାମଲାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଉଦୟନିଧି ।