ଇଏ କେମିତି ଜୀବନ! ମେସିନ ଭିତରେ ୭୦ ବର୍ଷର ସଂଘର୍ଷ କାହାଣୀ

401

କନକ ବ୍ୟୁରୋ: ଏହା ଏପରି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି ସଲାମ କରିବେ । ୭୦ ବର୍ଷ ହେଲାଣି ମେସିନ ଭିତରେ  କଟୁଛି ଜୀବନ । ଏହି ମେସିନର ନାଁ ହେଉଛି ଆଇରନ୍ ଲଙ୍ଗ ,ଯାହାର ଓଜନ ପାଖାପାଖି ୬୦୦ ପାଉଣ୍ଡ । ଆଉ ଏଥିରେ ବନ୍ଦ ଥିବା ବ୍ୟକ୍ତିଙ୍କ ନାଁ ପଲ ଆଲେକଜାଣ୍ଡାର । ପଲଙ୍କ ବୟସ ଏବେ ୭୭ ହେଲାଣି । ସମସ୍ତେ ତାଙ୍କୁ ପୋଲିଓ ପଲ୍ ଭାବେ ଜାଣନ୍ତି ।

୧୯୪୬ରେ ପଲଙ୍କ ଜନ୍ମ । ତାଙ୍କୁ ଯେତେବେଳେ  ମାତ୍ର ୬ ବର୍ଷ ହଠାତ୍ ଜ୍ୱର ହେଲା । ଚାହୁଁ ଚାହୁଁ ପୁରା ଶରୀର ଅଚଳ ହୋଇଗଲା । ଯେତେ ଚିକିତ୍ସା ପରେ କିଛି ଲାଭ ହେଲା ନାହିଁ । ତାଙ୍କ ପୁରା ଦେହକୁ ପୋଲିସ ଆକ୍ରାନ୍ତ କରିଯାଇଥିଲା । ସେ ସମୟରେ ଆମେରିକାରେ ପୋଲିଓର ପ୍ରକୋପ ରହିଥିଲା । ଯେଉଁଥିରେ ପାଖାପାଖି ୫୮ ହଜାର ଆମେରିକାୀୟ ସଂକ୍ରମିତ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ଶିଶୁଙ୍କ ସଂଖ୍ୟା ଅଧିକ ଥିଲା । ସେମାନଙ୍କ ମଧ୍ୟରେ ଥିଲେ ପଲ ଆଲେକଜାଣ୍ଡାର  । ପୋଲିଓର ଶିକାର ହେବାରୁ ବେକ ଠାରୁ ତାଙ୍କ ଶରୀର କାମ କରିନଥିଲା । ନିଶ୍ୱାସ, ପ୍ରଶ୍ୱାସ  ନେବାରୁ ତାଙ୍କୁ ସମସ୍ୟା ହୋଇଥିଲା । ଫଳରେ ତାଙ୍କ ଆଇରନ୍ ଲଙ୍ଗ ମେସିନ ଭିତରେ ରଖାଯାଇଥିଲା ।

୧୯୭୯ରେ ଆମେରିକା ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଘୋଷଣା ହୋଇଥିଲା । କିନ୍ତୁ ସେତେବେଳକୁ ପଲଙ୍କ ପାଇଁ ସମୟ ଗଡିଯାଇଥିଲା ।  ପୋଲିଓ ସହ ଲଢିବାକୁ ପଲଙ୍କୁ ଆଇରନ୍ ଲଙ୍ଗ ମେସିନ ଭିତରେ ରଖାଗଲା, ଯାହାର ଆବିଷ୍କାର ୧୯୨୮ରେ ହୋଇଥିଲା ।  ବୈଷୟିକ ବିକାଶ ସହ ଏଥିପାଇଁ ଅତ୍ୟାଧୁନିକ ଯନ୍ତ୍ର ବାହାରିବାରୁ ଏହି ମେସିନକୁ ୬୦ ଦଶକ ପରେ ବନ୍ଦ କରିଦିଆଗଲା । କିନ୍ତୁ ଆଇରନ୍ ଲଙ୍ଗ ମେସିନରେ ଦୀର୍ଘ ବର୍ଷ ରହିବାରେ ରହିବାରେ ପଲ ଆଲେକଜାଣ୍ଡାର ଦୁନିଆର ପ୍ରଥମ ବ୍ୟକ୍ତି । ନୂଆ ନୂଆ ମେସିନ ଆସିଲାଣି । କିନ୍ତୁ ି ମେସିନକୁ ଛାଡିବାକୁ ପଲ ରାଜି ନୁହଁନ୍ତି । ଏଥିରେ ତାଙ୍କ ଜୀବନ ବଞ୍ଚିଛିଏ ଏବେ ସେ ଏଥିରେ ପୁରା ସହଜ ମନେ କରୁଛନ୍ତି । ଏହା ମେସିନରେ ରହି ବି େ ସସଫଳତା ପାଇଛନ୍ତି । ତେଣୁ ଜୀବନର ଶେଷ ନିଶ୍ୱାସ ଯାଏଁ ସେ ଏଥିରେ ର୍ହି ରହିବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

 ସବୁଠାରୁ ବଡ କଥା ହେଲା ଏପରି ଏକ ସ୍ଥିର ମେସିନ ଭିତରେ ଜଡ ଭଳି ଦେଖାଯାଉଥିବା ପଲ ଆଲେକଜାଣ୍ଡାର କିନ୍ତୁ ନିଜର ସ୍ୱପ୍କୁ ପୂରଣ କରିପାରିଛନ୍ତି । ୟାରି ଭିତରେ ଥାଇ ବି ସ୍କୁଲ ପଢା ଶେଷ କରିବା ପରେ , ଗ୍ରାଜୁଏସନ ଓ ତା ପରେ ଲ ଡିଗ୍ରୀ ହାସଲ କଲେ । ଏହାପରେ ନିଜର ଜୀବନିକୁ ନେଇ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ।  ଲୁହାର ମେସିନ ଭିତରେ ଥାଇ ବି ସେ ସୁନ୍ଦର ଚିତ୍ର ଆଙ୍କି ପାରନ୍ତି ।

 ଏହା ଭିତରେ ପଲଙ୍କୁ ୭୭ ବର୍ଷ ହେଲାଣି । କିନ୍ତୁ ତାଙ୍କ ସଫଳତା ଓ ଲଙ୍ଗ ମେସିନ ଭିତରେ ଦୀର୍ଘ ବର୍ଷର ଜୀବନ ପାଇଁ ତାଙ୍କୁ ଚଳିତ ବର୍ଷ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ’ରେ ସ୍ଥାନ ମିଳିଛି । ଏବେ ତାଙ୍କର ବାକି ଜୀବନର ଚିକିତ୍ସା ଓ ଚଳିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଡୋନେସନ୍  ମିଳୁଛି  ।

  ପଲ ଆଲେକଜାଣ୍ଡାରଙ୍କ ଏ କାହାଣୀ ଆମ ସମସ୍ତଙ୍କୁ ଗୋଟିଏ ବାର୍ତ୍ତା ଦେଉଛି: ଜୀବନରେ ଲକ୍ଷେ ସମସ୍ୟା ଆସୁ ପଛେ ହେଲେ ଆପଣଙ୍କୁ ନିଜ ରାସ୍ତା ନିଜେ ବନାଇ ଆଗକୁ ବଢିବାକୁ ପଡିବ । ଦିନେ ନା ଦିନେ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବେ ।