ପେଟିଏମକୁ ଆରବିଆଇର ବଡ ଝଟକା । ପେଟିଏମରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ

196

କନକ ବ୍ୟୁରୋ : ଡିଜିଟାଲ ପେମେଣ୍ଟ ଆପ୍  ପେଟିଏମକୁ ଆପଣ ବେଶ ଭଲ ଭାବେ ଜାଣିଥିବେ । ଏହା ସାହାଯ୍ୟରେ ଆପଣ ଟଙ୍କା ଦେଣନେଣ ବି କରୁଥିବେ । ହେଲେ ଏବେ ଏହି ଡିଜିଟାଲ ପେମେଣ୍ଟ ଆପକୁ ଲାଗିଛି ବଡ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ଉପରେ ଲଗାଇଛି ଏକ ବଡ ପ୍ରତିବନ୍ଧକ ।

ରିଜର୍ଭ ବ୍ୟାଙ୍କ୍ ଚିଫ୍ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ ଲେଖିଥିବା ଏକ ଚିଠିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ଆକ୍ସନ ଲଗାଯାଇଥିବା ଉଲ୍ଲେଖ କରାଯାଇଛି । ଏଣିକି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ନିଜ ସହିତ କୌଣସି ବି ନୂଆ ଗ୍ରାହକଙ୍କୁ ଯୋଡି ପାରିବନି । କି କୌଣସି ନୂଆ ଗ୍ରାହକ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ବ୍ୟବହାର କରିପାରିବେନିି ବୋଲି ଏହି ଚିଠିରେ କୁହାଯାଇଛି । ଯାହାକି ପେଟିଏମ୍ କମ୍ପାନୀକୁ ଏକ ବଡ ଝଟକା ବୋଲି କୁହାଯାଉଛି ।

ପେଟିଏମ୍ ଉପରେ ଖାଲି ଗୋଟିଏ ଆକ୍ସନ ନୁହେଁ । ଆହୁରି ଗୋଟିଏ ବଡ କାର୍ଯାନୁଷ୍ଠାନ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ । ତରୁନ୍ତ ଆଇଟି ସିଷ୍ଟମର ବ୍ୟାପକ୍ ଅଡିଟ୍ କରିବା ପାଇଁ ଏକ ଆଇଟି ଅଡିଟ୍ ଟିମ୍ ନିଯୁକ୍ତ କରିବାକୁ ଆରବିଆଇ ପେଟିଏମ୍ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ଏହି ଅଡିଟ୍ ଟିମ୍ କମ୍ପାନୀର ଆଇଟି ସିଷ୍ଟମକୁ ଅଡିଟ୍ କରିବା ସହିତ, ଏହା ଦେଖିବ ଯେ, କମ୍ପାନୀର ସଫ୍ଟୱୟାର କେତେ ଗ୍ରାହକଙ୍କ ଲୋଡ୍ ଉଠାଇ ପାରିବ । ତା ସହିତ ଏହି ସିଷ୍ଟମରେ କଣ ଗଡବଡ ରହିଛି ସେ ନେଇ ମଧ୍ୟ ଏହି ଟିମ୍ ଯାଞ୍ଚ କରିବ ।

ଆରବିଆଇ ଜାରି କରିଥିବା ନିର୍ଦ୍ଦେଶ ମୁତାବକ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ନୂଆ କଷ୍ଟମର୍ସ ନିଜ ସହିତ ଯୋଡିବାକୁ ହେଲେ, ଏଥିପାଇଁ ଆରବିଆଇର ଅନୁମତି ନେବାକୁ ପଡିବ । ଆରବିଆଇର ବିନା ଅନୁମତିରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ସହିତ କୌଣସି ବି ନୂଆ ଗ୍ରାହକ ଯୋଡି ହୋଇପାରିବେନି । ତେବେ ଏହି ନିର୍ଦ୍ଦେଶ ଦ୍ୱାରା ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ପୁରୁଣା ଗ୍ରାହକଙ୍କ ଉପରେ କିଛି ବି ପ୍ରଭାବ ପଡିବନି । ତେବେ ପୂର୍ବରୁ ଯଦି ଆପଣ ପେଟିଏମ୍ ପେମେଟଂ ବ୍ୟାଙ୍କର ବ୍ୟବହାର କରୁଛନ୍ତି । ପେଟିଏମ୍ ପେମେଂଟ ବ୍ୟାଙ୍କର ଆପଣ ଯଦି ପୁରୁଣା ଉପଭୋକ୍ତା, ତେବେ ଆରବିଆଇର ଏହି ନୂଆ ନିର୍ଦ୍ଦେଶ ନେଇ ଆପଣ ବିଲକୁଲ ବି ଟେନସନ୍ ନିଅନ୍ତୁ ନାହିଁ । ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ ପେଟିଏମ୍ ପେମେଟଂ ବ୍ୟାଙ୍କ୍ ସହ ଯୋଡି ହେବାକୁ ଅସୁବିଧା ସୃଷ୍ଟି କରିପାରେ ।