ଟି-୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ରବିନ୍ଦ୍ର ଜାଡେଜା: ଆହତ ଯୋଗୁଁ ୩ ମାସ ଯାଏଁ ନେଇପାରନ୍ତି ବିଶ୍ରାମ 

129

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପରୁ ବାଦ ପଡିପାରନ୍ତି  ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ତାଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର ଯୋଗୁଁ ସେ ୩ ମାସ ଖେଳଠୁ ଦୂରରେ ରହିପାରନ୍ତି । ବର୍ତ୍ତମାନ ସମୟରେ ଜାଡେଜା ଭଲ ଫର୍ମରେ ରହିଥିଲେ । ଟି-୨୦ ବିଶ୍ୱକପରେ ତାଙ୍କ ଅନୁପସ୍ଥିତି ଦଳକୁ ବଡ କ୍ଷତି ସହିବାକୁ ପଡିପାରେ ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଡେଜାଙ୍କ ଡାହାଣ ଗୋଡର ଆଣ୍ଠୁରେ ଆଘାତ ଅତି ଗମ୍ଭୀର ରହିଛି । ତାଙ୍କୁ ଗୋଟେ ବଡ ଅସ୍ତ୍ରୋପଚାର କରିବାକୁ ହେବ । ସେ ଅନିଶ୍ଚିତ ସମୟ ଯାଏଁ କ୍ରିକେଟରୁ ଦୂରରେ ରହିବେ । ଦଳକୁ ଫେରିବାକୁ ପାଇଁ ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନାହିଁ ।