ଖୋଲା ଆକାଶ ତଳେ ଜୀବନ ! ରସୁଲଗଡ ଓଭରବ୍ରିଜ ନିକଟସ୍ଥ ବସ୍ତିରେ ଗତକାଲି ନିଆଁ ଲାଗିଯିବା ଫଳରେ ବାହାରେ ପଡି ରହିଛନ୍ତି ବସ୍ତି ବାସିନ୍ଦା

39

କନକ ବ୍ୟୁରୋ: ଖୋଲା ଆକାଶ ତଳେ ଜୀବନ । ରସୁଲଗଡ ଓଭରବ୍ରିଜ ନିକଟସ୍ଥ ବସ୍ତିରେ ଗତକାଲି ନିଆଁ ଲାଗିଯିବା ଫଳରେ ବାହାରେ ପଡି ରହିଛନ୍ତି ବସ୍ତି ବାସିନ୍ଦା । ଭଙ୍ଗା ଘର ଭିତରୁ ନିଜ ନିଜର ଆସବାବପ୍ରତ୍ର ଆଣି ବାହାରେ ପଡି ରହିଛନ୍ତି ।

ଗତକାଲି ଦିନ ପ୍ରାୟ ସାଢେ ୨ଟା ସୁଦ୍ଧା ରସୁଲଗଡ ନିକଟ ଏକ ବସ୍ତିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ, ପୁରା ବସ୍ତିକୁ କାବୁ କରିନେଇଥିଲା । ହୁତ ହୁତ ହୋଇ ଜଳୁଥିବା ନିଆଁ ଗୋଟିଏ ପରେ ଗୋଟିଏ ଡେଇଁଥିଲା । ନିଆଁର କୋପ ଏତେ ଥିଲା ଯେ, ଆୟତ ବେଳକୁ ବସ୍ତିର ୨୩ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା ।

ଘରର ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ ।