ମୋଦୀଙ୍କ ଶପଥ ଉତ୍ସବ ପାଇଁ ପ୍ରସ୍ତୁତ ରାଷ୍ଟ୍ରପତି ଭବନ । ଦିଲ୍ଲୀରେ ହାଇଆଲର୍ଟ । ଏନଏସଜି କମାଣ୍ଡୋ ସହ ଡ୍ରୋନ, ସ୍ନାଇପର ମୁତୟନ ।

89

କନକ ବ୍ୟୁରୋ: ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ସଂଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆଜି ସକାଳୁ ପ୍ରଧାନମନ୍ତ୍ରୀ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ ସଦୈବ ଅଟଳରେ ପହଞ୍ଚିିଥିଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସଦୈବ ଅଟଳ ପରେ ୱାର ମେମୋରିଆଲ ଯାଇଥିଲେ ନରେନ୍ଦ୍ର ମୋଦୀ । ସେଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୋଦୀ । ଏହି ଅବସରରେ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ ।