ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ । କାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ ।

178

କନକ ବ୍ୟୁରୋ: ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ କରାଯାଇଛି । ଆସନ୍ତାକାଲି ଓଡ଼ିଶାର ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ରହିଛି । ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଖୋର୍ଦ୍ଧାରେ ଇଭିଏମ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ । ପରେ ତାଙ୍କ ସ୍ୱାସ୍ଥ୍୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହାର୍ଟ ଏବଂ ମେରୁଦଣ୍ଡରେ ସମସ୍ୟା ରହିଥିଲା । ଆଜି ଡସିଚାର୍ଜ ହୋଇଥିବା ବେଳେ ପୁଣି ମାସଟେ ପରେ ଆସି ଚେକଅପ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।