ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ସଂକେତ ଦେଲେ ବସୁନ୍ଧରା । ରାଜନୀତିରୁ ନେଇପାରନ୍ତି ସନ୍ୟାସ

86

କନକ ବ୍ୟୁରୋ : ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ସରିବା ପରେ ଚାରିଆଡେ ପ୍ରଚାରର ମାହୋଲ । ରାଜସ୍ଥାନ ରାଜନୀତିରେ ପୁରୁଖା ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ପ୍ରୋଜେକ୍ଟ କରୁବୋଲି ତାଙ୍କ ସମର୍ଥକମାନେ ବାରମ୍ବାର ଦାବି କରୁଛନ୍ତି । ଏଭଳି ସ୍ଥଳେ ବସୁନ୍ଧରା ରାଜନୀତିରୁ ସନ୍ୟାସ ନେବା ନେଇ ସଂକେତ ଦେଇଛନ୍ତି ।

ଝାଲାବାଡର ଏକ ନିର୍ବଚନୀ ସଭାରେ ବସୁନ୍ଧରାଙ୍କୁ ପ୍ରୁଅ ଦୁଷ୍ମନ୍ତ ସିଂ ସାଧାରଣ ଜନତାଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ । ଦୁଷ୍ମନ୍ତଙ୍କ ଭାଷଣରେ ବସୁନ୍ଧରା ଏତେ ଖୁସି ହୋଇଯାଇଥିଲେ କି ମୋ ପୁଅର ଭାଷଣ ଶୁଣିବା ପରେ ମୋତେ ଲାଗୁଛି ମୋର ରାଜନୀତିରୁ ସନ୍ୟାସ ନେବାର ସମୟ ଆସିଯାଇଛି ।

କହିରଖୁ କି ବସୁନ୍ଧରାଙ୍କ ପୁଅ ଦୁଷ୍ମନ୍ତ ଝାଲାବାଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ସେପଟେ ୫ ଥର ସାଂସଦ ଓ ୪ ଥର ବିଧାୟକ ଭାବେ ବିଜୟୀ ହୋଇଥିବା ବସୁନ୍ଧରାଙ୍କୁ ବିଜେପି କାହିଁକି ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରିନାହିଁ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି ।

ଏହି ସଭାରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ କରିବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ବସୁନ୍ଧରା । ସେ କହିଥିଲେ କି କଂଗ୍ରେସ ସରକାର ଗତ ୫ ବର୍ଷରେ ଅନେକଗୁଡିଏ ଦୁର୍ନୀତି କରିଛି । ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବସୁନ୍ଧରା । ରାଜସ୍ଥାନରେ ନଭେମ୍ବର ୨୫ ତାରିଖରେ ଭୋଟଗ୍ରହଣ ହେବ ଓ ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।