ଗେହଲଟଙ୍କୁ କରାନଯାଉ ଦଳର ଅଧ୍ୟକ୍ଷ, ବିବାଦ ପରେ ସିଡବ୍ଲୁସି ନେତା ସୋନିଆଙ୍କ ଆଗରେ ରଖିଲେ ଦାବି ।

194

କନକ ବ୍ୟୁରୋ: କଂଗ୍ରେସରେ ଏକ ପ୍ରକାର ଯୁଦ୍ଧର ସ୍ଥିତି ଜାରିରହିଛି । ଦିଲ୍ଲୀରୁ ଜୟପୁର ଯାଏ ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ କମିଟି ସୋନିଆ ଗାନ୍ଧୀଙ୍କୁ ଦଳରେ ଅନୁଶାସନହୀନତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି । କଂଗ୍ରେସ କାର୍ଯ୍ୟକାରୀ କମିଟି ଦାବି କରିଛି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ନକରାଯାଉ । ଦଳର ମୁଖିଆ ଭାବେ ଅନ୍ୟ କାହାକୁ ଏହି ଆସନ ପ୍ରଦାନ କରାଯାଉ ।
ରାଜସ୍ଥାନରେ ଜାରିରହିଥିବା ରାଜନୈତିକ ସଙ୍କଟ ଏବଂ ଗେହଲଟଙ୍କ ଗୋଷ୍ଠୀର ବିଧାୟକଙ୍କ ଆଚରଣକୁ ନେଇ ନାରାଜ ରହିଛନ୍ତି ସିଡବ୍ଲୁସି ସଦସ୍ୟ । ଏହି ଟିମର କିଛି ବରିଷ୍ଠ ସଦସ୍ୟ ଏନେଇ ସୋନିଆଙ୍କ ନିକଟରେ ଫେରାଦ ହୋଇଛନ୍ତି । ଦଳର ନେତାଙ୍କ କହିବା କଥା ତାଙ୍କ ଉପରେ ବିଶ୍ୱାସ କରିବା ଠିକ ନୁହେଁ । ଦଳର ଶୀର୍ଷ ନେତୃତ୍ୱ ତାଙ୍କର ପ୍ରାଥିତ୍ୱ ଉପରେ ଆଉଥରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସୋନିଆ ଏହି ଆଉ ଜଣେ ବ୍ୟକ୍ତିଙ୍କୁ ଖୋଜନ୍ତୁ ଯିଏ ବରିଷ୍ଠ ନେତା ତଥା ଗାନ୍ଧୀ ପରିବାରପ୍ରତି ବିଶ୍ୱସ୍ତ ରହିଥିବ ।