ପହିଲି ରଜରେ ମଉଜ: ଗାଁରୁ ସହର ସବୁଠି ପିଠାପଣା ଓ ଭୋଜି ଭାତର ଆସର

104

କନକ ବ୍ୟୁରୋ: ଆଜି ପହିଲି ରଜ । ବିଭିନ୍ନ ସ୍ଥାନରେ ଚାଲିଛି ରଜ ମଉଜ । ଗାଁଠୁ ସହର ସବୁଠି ଜମୁଛି ରଜ ଆସର । ଘରେ ଘରେ ପିଠାପଣା ଓ ଭୋଜି ଭାତର ଆସର ଜମୁଛି । ଅନ୍ୟପଟେ ଝିଅ ବୋହୁ ମାନେ ଭଳିକିଭଳି ନୁଆ ନୂଆ ପୋଷାକ ପିନ୍ଧି ଦୋଳି ପାଖରେ ଲଗାଇଛନ୍ତି ଗହଳି । ସମସ୍ତେ ଦୋଳି ଓ ପୁଚି ଖେଳିବାର ବ୍ୟସ୍ତ ଥିବା ବେଳେ ରଜ ପାନରେ ଜମୁଛି ଆସର । ଜଳେଶ୍ୱରର ବିଭିନ୍ନ ଅଂଚଳରେ ରଜ ଭିଡ ଦେଖିବାକୁ ମିଳିଛି । ଗଛରେ ଦୋଳି ବାନ୍ଧି ଛୋଟରୁୁ ବଡ ସମସ୍ତେ ସାମିଲ ହୋଇଯାଇଛନ୍ତି ରଜରେ । ମିଠା ସାଙ୍ଗକୁ ମିଠା ପାନ ଖାଇ ଦୋଳି ପାଖରେ ଭିଡ ଲଗାଇଛନ୍ତି । ବର୍ଷକୁ ଥରେ ଆସିଥିବା ଏହି ରଜରେ ସମସ୍ତେ ସାମିଲ ହାଇ ବେଶ ରଜ ମଜା ଉଠାଉଛନ୍ତି ।

ଗାଁରୁ ସହର ସବୁଠି ରଜ ମଉଜ । ଆଉ ଏହି ମଉଜରେ ସାମିଲ ହୋଇଛନ୍ତି ଅନେକ ବୃଦ୍ଧ ବୃଦ୍ଧା । ଏକ ଛୋଟ ପ୍ରୟାସ ସେମାନଙ୍କ ମୁହଁରେ ଫୁଟାଇ ପାରିଛି ହସ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଂଚାୟତରେ ଦେଖିବାକୁ ମିଳିଛି ପହିଲି ରଜ ଅବସରରେ ଏହିଭଳି କିଛି ନିଆରା ଚିତ୍ର । ମାଥିଲି ପଂଚାୟତରେ ପେନ୍ସନ୍ ପାଇଁ ଆସିଥିବା ବେଳେ ସେମାନଙ୍କୁ ରଜ ମଉଜରେ ସାମିଲ କରାଯାଇଛି । ପଂଚାୟତ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସମସ୍ତଙ୍କୁ ଦୋଳି ଖେଳାଇ ପୋଡ ପିଠା ଓ ରଜ ପାନ ଖୁଆଇଛନ୍ତି । ଆଉ ରଜ ଦୋଳି ଖେଳି ପାନ ଖାଇ ବେଶ ଖୁସି ମନାଇଛନ୍ତି ସମସ୍ତେ ।

ଯାଜପୁରରେ ପାଳିତ ହୋଇଛି ପହିଲି ରଜ । ଗାଁଠୁ ସହର ସବୁଠି ପାଳନ ହେଉଛି ଏହି ରଜ ପର୍ବ । ପିଠା ମିଠାରୁ ନେଇ ମିଠା ପାନ ଖାଇ ଛୋଟରୁ ବଡ ସମସ୍ତେ ବେଶ ଖୁସିବାସୀର ସହ ପାଳିଛନ୍ତି ରଜ ।

ବିଭିନ୍ନ ରାଜନ÷ତିକ ଦଳ ପକ୍ଷରୁ ପାଳିତ ହୋଇଛି ରଜ । ଗାଁରୁ ସହର ସବୁଠି ରଜ ମାହୋଲ ଜମୁଥିବା ବେଳେ ସାଂସଦରୁ ନେଇ ରାଜନେତା ସମସ୍ତେ ସାମିଲ ହୋଇଛନ୍ତି ରଜ ମଉଜରେ । ଭୁବନେଶ୍ୱରରେ ସାଂସଦ ଅପରାଜିତା ଷଡଙ୍ଗୀ ପାଳିଛନ୍ତି ରଜ । ଅପରାଜିତା ପୋଖରୀପୁଟ ଅଂଚଳରେ ସମସ୍ତଙ୍କକ ସହ ମିଶି ପାଳିଛନ୍ତି ରଜ । ମିଠାପାନ ଖାଇ ରଜ ଦୋଳି ଖେଳିଛନ୍ତି ସାଂସଦ ଅପରାଜିତା । ଏହା ସହିତ ସମସ୍ତଙ୍କୁ ରଜର ଶୁଭକାମନା ଜଣାଇଛନ୍ତି ।

ମାହୋଲ ବେଶ ସରଗରମ ଥିବା ବେଳେ ଏଥିରୁ ବାଦ୍ ପଡିନାହାନ୍ତି ବିଧାୟକ ଓ ମେୟର । କଟକ ମହାନଗର ନିଗମ ପକ୍ଷରୁ ପାଳିତ ହୋଇଛି ରଜ ପର୍ବ । ଏହି ଅବସରରେ କୁନି କୁିନି ବସ୍ତିର ପିଲାମାନଙ୍କ ସହ ସାମିଲ ହୋଇଥିଲେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ ମେୟର ସୁବାସ ସିଂ । ପିଠା ଓ ପାନ ଖାଇ ରଜ ଦୋଳି ଖେଳିଥିଲେ । ଏହି ରଜ ମଉଜ ଅବସରରେ ମହାନଗର ନିଗମ ପକ୍ଷରୁ ପିଲାଙ୍କପାଇଁ ୫ଶହ ଟଙ୍କାର କୁପନ ରଖାଯାଇଛି । ଏହି କୁପନରେ ପିଲାମାନେ ନୂଆ ପୋଷାକ କିଣିପାରିବେ ।