ବଲାଙ୍ଗିର ପାଟଣାଗଡ଼ରେ ଯୋଗାଣ ବିଭାଗର ରେଡ୍: ବେଆଇନ୍ ଭାବେ ଗଚ୍ଛିତ ଥିବା ୯୨୦ ବସ୍ତା ଧାନ ଜବତ

125

କନକ ବ୍ୟୁରୋ: ବଲାଙ୍ଗିର ପାଟଣାଗଡ଼ରେ ଯୋଗାଣ ବିଭାଗର ଚଢ଼ାଉ । ବେଆଇନ୍ ଭାବେ ଗଚ୍ଛିତ ୯୨୦ ବସ୍ତା ଧାନ ଜବତ ହୋଇଛି । ଖୁଂଟୁପାଣି ଗାଁର ବ୍ୟବସାୟୀ ସୁଦାମ ମେହେରଙ୍କ ଗୋଦାମରୁ ଜବତ ହୋଇଛି ଏହି ସବୁ ଧାନ । ଗୋଦମରେ ୮୨୦ ବସ୍ତା ଥିବା ବେଳେ ଟ୍ରାକ୍ଟରରେ ୧୨୦ ବସ୍ତା ଲୋଡ଼ ହୋଇଥିଲା । ତେବେ ନିଜ ନାଁରେ ଥିବା ଟୋକନ ବିକ୍ରି ହୋଇଯାଇଥିବା ବେଳେ ଗଚ୍ଛିତ ଧାନକୁ କିଭଳି ବିକ୍ରି ଉଦ୍ୟମ କରୁଥିଲେ ବ୍ୟବସାୟୀ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଚାଷୀ ମାନଙ୍କ ଠାରୁ କମ୍ ରେଟରେ ଧାନ କିଣି ମଣ୍ଡିରେ ଚଢା ଦରରେ ବିିକି ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ଧାନ ବିକ୍ରି ନେଇ କାଗଜ ପତ୍ରର ଖୋଳତାଡ଼ କରିିଛି ଯୋଗାଣ ବିଭାଗ ।