ବିରୋଧୀ ଦଳ ନେତା ହେବେ ରାହୁଲ ଗାନ୍ଧୀ । କଂଗ୍ରେସ ପକ୍ଷରୁ ଦିଆଗଲା ସୂଚନା ।

58

କନକ ବ୍ୟୁରୋ: ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା । ରାହୁଲଙ୍କୁ ବିରୋଧୀ ଦଳ ନେତା କରିବାକୁ କଂଗ୍ରେସ ବରିଷ୍ଠ ନେତା ଓ ସାଂସଦ ଅନୁରୋଧ କରିଥିଲେ । କଂଗ୍ରେସ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ରାହୁଲଙ୍କ ନାଁକୁ କାମଚଳା ବାଚସ୍ପତିଙ୍କୁ ପଠାଇଦିଆଯାଇଛି ।

୨୦୧୪ ଓ ୨୦୧୯ରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ସଂଖ୍ୟା କମ ଥିବାରୁ କାହାକୁ ବିରୋଧୀ ଦଳ ନେତା ମାନ୍ୟତା ମିଳିନଥିଲା । ୨୦୧୪ରେ କଂଗ୍ରେସ ୪୪ ଓ ୨୦୧୯ରେ ଦଳ ୫୨ ଆସନରେ ଜିତିଥିଲା । ୨୦୨୪ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ୯୯ ଆସନ ଜିତଛି । ନିୟମ ଅନୁସାରେ, କଂଗ୍ରେସକୁ ଏଥର ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିବ । ୯ ଜୁନରେ ସିଡବ୍ଲୁସି ବୈଠକରେ ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରସ୍ତାବ ପାସ୍ ହୋଇଥିଲା ।