ଆକ୍ସନ ମୁଡରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ । ଟୁଇଟରରେ ‘ଆଇକିଡୋ’ ବ୍ଲାକ ବେଲଟ ମାର୍ସାଲ ଆର୍ଟ ଫଟୋ
କନକବ୍ୟୁରୋ : ମାର୍ଶାଲ ଆର୍ଟ ମଇଦାନରେ ଯୁବରାଜଙ୍କ ଏକ୍ସକ୍ଲ୍ୟସିଭ ଫଟୋ । ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ସମୟର କିିଛି ଫଟୋକୁ ରାହୁଲ କରିଛନ୍ତି ଟ୍ୱିଟ୍ । ରାହୁଲ ନିଜ ତାଲିମଦାତା ସେନ୍ସେଇ ପାରିତୋଷ କାରଙ୍କ ସହ ଆଇକିଡୋ ଅଭ୍ୟାସ କରୁଥିବା ସମୟର କିଛି ଫଟୋ ସାମ୍ନାକୁ ଆସିଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ରୁଚି ରଖନ୍ତି ନାହିଁ, ଦୈାଡଦୈାଡିକରିବା ସହ ଜିମ ଯାଆନ୍ତି । ସେ ମଧ୍ୟ ଜାପାନୀ ମାର୍ସାଲ ଆର୍ଟ ‘ଆଇକିଡୋ’ର ବ୍ଲାକ ବେଲଟ ଅଧିକାରୀ ।ନିକଟରେ ଏ କଥା ନିଜେ ପ୍ରକାଶ କରିଛନ୍ତି ରାହୁଳ ଗାନ୍ଧୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ପିଏଚଡି ଚାମ୍ବର ଅଫ କମର୍ସର ବାର୍ଷିକ ବୈଠକରେ ବଳ୍ସର ବିଜେନ୍ଦର ସିଂହ ତାଙ୍କ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ରାହୁଲ ଏକଥା କହିଥିଲେ । ଅଲିମ୍ପିକ କାଂସ୍ୟ ବିଜେତା ବିଜେନ୍ଦର କହିଥିଲେ କି ସାଂସଦ ଓ ବିଧାୟକମାନେ ଉତ୍ସବାନୁଷ୍ଠାନରେ ରିବନ କାଟିବା କଥା ସେ ଦେଖିଛନ୍ତି, କିନ୍ତୁ ଜଣେ ରାଜନେତା ଖେଳରେ ମାତିଥିବା କଥା ଏ ଯାଏଁ ଦେଖି ନାହାନ୍ତି।ଏ କଥାରେ ରାହୁଳ, ବକ୍ସରଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, ସେ ସେପରି କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ।
ତେଣୁ ବୁଧବାର ଦିନ କଂଗ୍ରେସ ପାର୍ଟିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ବିଖ୍ୟାତ ତାଲିମଦାତା ପାରିତୋଶ କରଙ୍କ ସହ ରାହୁଳ ‘ଆଇକିଡୋ’ ଅଭ୍ୟାସ କରୁଥିବା ଫଟୋ ପୁନଶ୍ଚ ପୋଷ୍ଟ କରିଛି।ଅଣ୍ଟାରେ କଳା କମରପଟି ବାନ୍ଧି ପାରମ୍ପରିକ କେଇକୋଗି ପରିଧାନ କରିବା ସହ ରାହୁଳ ‘ଆଇକିଡୋ’ରେ ହାତ ଓ ମଣିବନ୍ଧ ଜାବୁଡ଼ି ଧରିବାରେ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି। ଗୋଟିଏ ଫଟୋରେ ୪୭ ବର୍ଷିୟ ରାହୁଳ ତାଙ୍କର ପ୍ରତିଦ୍ୱନ୍ଦୀଙ୍କୁ ମସିଣାରେ ପକାଇ ଦେଉଥିବାର ଦୃଶ୍ୟ ମଧ୍ୟ ରହିଛି।ଜାପାନୀୟ ମାର୍ସାଲ ଆର୍ଟରେ ରାହୁଳଙ୍କ ଦକ୍ଷତା ଉପରେ ସଂଶୟ ମୋଚନ ଏବଂ କ୍ରୀଡ଼ା ପ୍ରତି ତାଙ୍କର ପ୍ରତିବଦ୍ଧତା କେବଳ ପାଟିର କଥା ନୁହେଁ ବୋଲି ଦର୍ଶାଇବା ଟୁଇଟର ଲକ୍ଷ୍ୟ ବୋଲି ମନେ ହେଉଛି।
ଗତ ସପ୍ତାହରେ ଗାନ୍ଧିଙ୍କର ଏହି ଦାୟଦ କହିଥିଲେ ଯେ ଅନ୍ୟ ରାଜନେତାଙ୍କ ଭଳି ସେ କ୍ରୀଡ଼ା ବିମୁଖ ନୁହନ୍ତି। କ୍ରୀଡ଼ା ପ୍ରତି ତାଙ୍କର ଆଗ୍ରହ ଅଛି ଏବଂ ସେ ତାଙ୍କର ବ୍ୟସ୍ତବହୁଳ କାର୍ୟ୍ୟନିର୍ଘଣ୍ଟରୁ ସମୟ କାଢ଼ି ସୁସ୍ଥ ରହିବାକୁ ଶାରୀରିକ କାର୍ୟ୍ୟକଳାପ କରନ୍ତି। ମୁଁ ବ୍ୟାୟାମ କରେ- ଦୌଡାଦୈାଡି କରିବା ସହ ସନ୍ତରଣ କରେ । ମୁଁ ‘ଆଇକିଡୋ’ରେ ଜଣେ ବ୍ଲାକବେଲଟ ବିଜେତା । ମୁଁ ଖେଳେ କିନ୍ତୁ ତାହା ବାହାରେ ପ୍ରକାଶ କରେ ନାହିଁ। କିନ୍ତୁ, ଅତ୍ୟାବଶ୍ୟକ ଭାବେ ମୋ ଜୀବନରେ ଖେଳ ଥିଲା, ଅଛି ଏବଂ ରହିବ ବୋଲି ରାହୁଳ କହିଥିଲେ ।