‘ଫୋବିଆ ୨’ ରେ ନଜର ଆସିବେନି ରାଧିକା ଆପ୍ତେ !

41

ରାଧିକା ଆପ୍ତେଙ୍କୁ ମୁଖ୍ୟ ଭୂମିକାରେ ନେଇ ଗତବର୍ଷ ରିଲିଜ୍ ହୋଇଥିଲା ଫିଲ୍ମ ‘ଫୋବିଆ’ । ଫିଲ୍ମଟି ବିଶେଷ ସଫଳତା ପାଇନଥିଲେ ମଧ୍ୟ ଏହାର କାହାଣୀ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ତେଣୁ ପ୍ରଯୋଜକ ବିକି ରଜାନୀ ଫିଲ୍ମର ସିକ୍ୱେଲ ତଥା ‘ଫୋବିଆ ୨’ ନିର୍ମାଣ କରିବା ପାଇଁ ଯୋଜନା କରୁଛନ୍ତି । କିନ୍ତୁ ଏହି ସିକ୍ୱେଲର ମୁଖ୍ୟ ଭୂମିକାରେ ରହିବେ ନାହିଁ ରାଧିକା । ନିଜେ ବିକି ହିଁ ଏହା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି , ମୁଁ ‘ଫୋବିଆ ୨’ ପାଇଁ ଯୋଜନା କରୁଛି । ଆଉ ଏଥିରେ ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ । ସେ ଜଣେ ଜଣାଶୁଣା ନାୟକ ହୋଇଥିବେ କାରଣ ସିକ୍ୱେଲଟିକୁ ଆମେ ବଡ଼ ବଜେଟରେ ନିର୍ମାଣ କରିବା ପାଇଁ ଯାଉଛୁ । ତେବେ ଏହି ସାଇକୋଲୋଜିକାଲ୍ ଥ୍ରୀଲର ଲାଗି ନାୟକଙ୍କର ସନ୍ଧାନ ଜାରି ରହିଛି । ଖୁବ୍ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ । ଅପେକ୍ଷା ଏହାର ମୁଖ୍ୟ ଭୂମିକା ଲାଗି ନିର୍ମାତା କାହାକୁ ଚୟନ କରୁଛନ୍ତି ।