ପୁରୀ : ନିର୍ବାଚନକୁ ନେଇ ପ୍ରସ୍ତୁତ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

59

କନକ ବ୍ୟୁରୋ : ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ । ଆଉ ଦିନକ ପରେ ଭୋଟ ଗ୍ରହଣ କରାଯିବ । ଆସନ୍ତାକାଲି ହ୍ୱାଟ ଆଇ ଷ୍ଟାଂଡ ଫର ମିଟିଂ । ନିଜର ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ପ୍ରାର୍ଥୀଙ୍କ ହାତରେ ଶେଷ ସୁଯୋଗ । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ନିର୍ବାଚନକୁ ନେଇ ପ୍ରସ୍ତୁତ ରହିଛି ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ।

ଛାତ୍ରସଂସଦର ୨୧ ଗୋଟି ପଦବୀ ନିମନ୍ତେ ମୋଟ ୪୦ ଜଣ ପ୍ରାଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ପ୍ରଚାରର ଶେଷ ଦିନ ଥିବା ବେଳେ ସମର୍ଥକ ଯୋଗାଡରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଛାତ୍ର ସମସ୍ୟା ସହିତ କ୍ୟାମ୍ପସ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଛାତ୍ରନେତା ମାନେ ଗୁରୁତ୍ୱ ଦେଇଛନ୍ତି । ଗତ ଥର କ୍ୟାମ୍ପସରେ ଉତ୍ତେଜନା ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା । ତେଣୁ ଚଳିତ ବର୍ଷ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।