ଆକାଶଛୁଆଁ ଟମାଟୋ ଦର । ଖାଦ୍ୟରେ ଟମାଟୋ ପକାଇବାକୁ ମନାକଲେ ପଞ୍ଜାବ ରାଜ୍ୟପାଳ

1,135

କନକ ବ୍ୟୁରୋ: ଏବେ ଅଧିକାଂଶ ରୋଷେଇ ଘରେ ଟମୋଟୋ ଦେଖିବାକୁ ମିଳୁନି । ଖୁଚୁରା ବଜାରରେ ଟମାଟୋ ଦର ୨୦୦ ରୁ ୨୫୦ ଟଙ୍କା ଥିବାବେଳେ କିଣିବାକୁ ଡରୁଛନ୍ତି ବଡବଡିଆ । ଏହାର ପ୍ରମାଣ ହେଉଛନ୍ତି ପଞ୍ଜାବ ରାଜ୍ୟପାଳ । ତାଙ୍କ ମେନୁରେ ଟମାଟୋ ସାମିଲ ନକରିବାକୁ କହିଛନ୍ତି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ।

କୌଣସି ଜିନିଷ ଖାଇବା ଛାଡ଼ିଦେଲେ ତା’ର ଦର ଆପେ ଆପେ କମିଯିବ । ଜନସାଧାରଣ ଏବେ ନିଜ ନିଜ ପରିବାରରେ ଟମାଟୋର କୌଣସି ବିକଳ୍ପ ବ୍ୟବହାର କରି ଟମାଟୋ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବେ ବୋଲି କହିଛନ୍ତି ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ।