ଜମ୍ମୁକଶ୍ମୀର ପୁଂଚ୍ ଆତଙ୍କୀ ଆକ୍ରମଣ ମାମଲାରେ ୫ଜଣ ଲସ୍କର ଆତଙ୍କୀଙ୍କ ସମ୍ପୃକ୍ତି ନେଇ ମିଳିଲା ପ୍ରମାଣ, ଘଟଣାସ୍ଥଳରେ ପହଁଚି ତନାଘନା କଲା ଏନଆଇଏ

148

କନକ ବ୍ୟୁରୋ : ଜମ୍ମୁକଶ୍ମୀର ପୁଂଛ ଆତଙ୍କୀ ଆକ୍ରମଣରେ ସହିଦ ହୋଇଛନ୍ତି ଦେଶର ୫ଜଣ ବୀର ଯବାନ । ସହିଦଙ୍କ ପରିବାରରେ ଏବେ ଶୋକର ଛାୟା ଖେଳିଛି । ଗାଁଠୁ ନେଇ ଆଖପାଖ ଅଂଚଳ ବୀର ଯବାନଙ୍କ କଥା ମନେପକାଇ ସ୍ତବ୍ଦ ହୋଇଛି । ପଂଜାବର ମୋଗା ଜିଲ୍ଲାର କୁଲୱନ୍ତ ସିଂ ଘଟଣାରେ ସହିଦ ହୋଇଛନ୍ତି । ନିକଟରେ ଛୁଟିରେ ଆସିଥିଲେ ଓ ପରିବାର ସହ ହସଖୁସରେ ସମୟ କାଟି ଫେରିଥିଲେ । ଦେଢବର୍ଷର ଝିଅ, ୩ମାସର ପୁଅ, ସ୍ତ୍ରୀ ଓ ବିଧବା ମାଙ୍କୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି କୁଲୱନ୍ତ । ସହିଦ ଖବରକୁ ବିଶ୍ୱାସ କରିପାରୁନହାଁନ୍ତି ମା । କାରଗିଲ ଯୁଦ୍ଧରେ ତାଙ୍କ ପିତା ମଧ୍ୟ ସହିଦ ହୋଇଥିଲେ (୨୨) । ସେପଟେ ଗୁରୁଦାସପୁରର ହରକ୍ରିଷ୍ଣା ସିଂ (୨୦) ଘଟଣାରେ ସହିଦ ହେବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ବିଧବା ସ୍ତ୍ରୀ କୁନି କୁନି ପିଲାଙ୍କୁ ଧରି ବାହୁନି ବାହୁନି କାନ୍ଦୁଛି । ବୃଦ୍ଧା ବାପା ମା ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସରକାରଙ୍କୁ ସାହାର୍ଯ୍ୟ ପାଇଁ ଅନୁରୋଧ କରିଛନ୍ତି ପରିବାର । ଇଏ ହେଉଛି ସହିଦ ମନଦୀପ ସିଂଙ୍କ ଘର(୨୨) । ଲୁଧିଆନା ମନଦୀପ ସହିଦ ଖବର ଶୁଣିବା ପରେ ସ୍ତବ୍ଦ ହୋଇଛି ପୂରା ପରିବାର । ଝିଅ, ପୁଅ, ସ୍ତ୍ରୀ, ବାପା, ମା ମନଦୀପଙ୍କ ମୃତ୍ୟୁ ଖବର ପାଇବା ପରେ ପୂରାପୁରି ଭାଙ୍ଗିପଡିଛନ୍ତିା ଆଖିରୁ ଶୁଖୁନି ଲୁହ । ୨୦୦୫ରେ ସେନାରେ ଯୋଗ ଦେଇଥିଲେ ମନଦୀପ ।

ଜମ୍ମୁକଶ୍ମୀର ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନର ନୂଆ ତଥା ସକ୍ରିୟ ଆତଙ୍କୀ ସଂଗଠନ ‘ପିଏଏଫ୍ଏଫ୍’ର ।
ଆକ୍ରମଣ ପଛରେ ଆତଙ୍କୀ ସଂଗଠନ ‘ପିଏଏଫ୍ଏଫ୍’
• ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦର ଗୋଟିଏ ଶାଖା ହେଉଛି ପିଏଏଫଏଫ
• ପିଓକେର ଏହି ସଂଗଠନ ବେଶ ସକ୍ରିୟ ରହିଛି ।
• ସଂଗଠନର ନେତା ନାଁ ମସୁଦ ଅଜହର
• ୨୦୧୯ ମସିହାରୁ ପିଓକେରେ ଆତଙ୍କ ଖେଳାଉଛି
• ଆତଙ୍କୀ ସଂଗଠନ କଶ୍ମୀର ସରକାରଙ୍କୁ ବିରୋଧ କରି ଆସୁଛି
• ଜମ୍ମୁକଶ୍ମୀରରୁ ଆଟିକିଲ ୩୬୦ ହଟିବା ପରେ ସରକାର ଓ ସେନାକୁ ଟାର୍ଗେଟ କରୁଛି ଆତଙ୍କୀ ସଂଗଠନ
• ୨୦୨୧ରେ ସେନା ଗାଡିକୁ ଆକ୍ରମଣ ସହ ବିଜେପି ନେତା ଓ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରେ

ଗୁୁରୁବାର ସେନା ଗାଡିକୁଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିବା ପରେ ଗୁଳିବର୍ଷା କରିଥିଲେ । ଘଟଣାରେ ୫ଜଣ ଯବାନ ସହିଦ ହୋଇଥିଲେ । ଭିମ୍ବରରୁ ପୁଂଛ ଆସୁଥିବା ସମୟରେ ଆକ୍ରମଣ ଶିକାର ହୋଇଥିଲେ । ସହିଦ ଜବାନଙ୍କ ନାଁ ହେଉଛି ସେବକ ସିଂ, କୁଲୱନ୍ତ ସିଂ, ହରକୃଷ୍ଣ ସିଂ, ମନଦୀପ ସିଂ ଓ ଓଡିଶାର ଦେବାଶିଷ ବିଶ୍ୱାଳ

ଏବେ ପ୍ରଶ୍ନ ଉଠୁଛି କଟକଣା ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ସୀମାରେ ଆତଙ୍କୀ ଅନୁପ୍ରବେଶ କରୁଛନ୍ତି? ଆକ୍ରମଣ ପାଇଁ ପୂର୍ବରୁ ସୂଚନା ମିଳିବା ସତ୍ୱେ କେଉଁଠି ଅବହେଳା ରହିଲା? କେତେଦିନ ପର୍ଯ୍ୟନ୍ତ ଯବାନ ଓ ଜମ୍ମୁକଶ୍ମୀରବାସୀଙ୍କୁ ବଳିଦାନ ଦେବାକୁ ପଡିବ