ବୌଦ୍ଧ ସ୍ୱତନ୍ତ୍ର ଜେଲରେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ମାମଲାରେ କାଟୁଥିଲେ ଆଜୀବନ ସଜା

105

କନକ ବ୍ୟୁରୋ: ବୌଦ୍ଧ ସ୍ୱତନ୍ତ୍ର ଜେଲରେ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରବୀନ୍ଦ୍ର ମେହେର ଶୌଚାଳୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିଲେ ରବୀନ୍ଦ୍ର ।

୨୦୧୬ ମସିହାରେ ବାଉଁଶୁଣି ଜମଘାଟି ଗାଁର ରବୀନ୍ଦ୍ର ପେଟ୍ରୋଲ ଟାଙ୍କି ପଛପଟେ ନିଜ ବଡ଼ବାପା ଓ ବଡ଼ମା’ଙ୍କୁ ହତ୍ୟା କରିଥିଲେ । କୋର୍ଟରେ ବିଚାର ହୋଇ ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଥିଲା । ହେଲେ ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।